ନୂଆଦିଲ୍ଲୀ: ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ରରୁ ମିଳିଛି ୮୦୨ କୋଟି ଟଙ୍କା । ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି । ଅଗଷ୍ଟ ୩୧ ସୁଦ୍ଧା ଅନୁଦାନର ତଥ୍ୟ ଅନୁରାଗ ଠାକୁର ଦେଇଛନ୍ତି । ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି ଟଙ୍କା ଅନୁଦାନ ମିଳିଛି । ମହାରାଷ୍ଟ୍ର ପରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ପରେ ଓଡ଼ିଶାକୁ ଚତୁର୍ଥ ସର୍ବାଧିକ ଅନୁଦାନ ମିଳିଛି । ଉତ୍ତର ପ୍ରଦେଶକୁ ୯୬୬ କୋଟି, ମଧ୍ୟପ୍ରଦେଶକୁ ୯୧୦ କୋଟି , କର୍ଣ୍ଣାଟକ ୭୯୧, ରାଜସ୍ଥାନ ୭୪୦, ବିହାରକୁ ୭୦୮ କୋଟି ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0