ମୁଁ କଳି ଆରମ୍ଭ କରିନାହିଁ.. କି ସେ ପ୍ରକାର ମହିଳା ମଧ୍ୟ ମୁଁ ନୁହେଁ .. ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ କୁଇନ କଙ୍ଗନା ରଣଫ୍ୱାତ.. ,ସୁଶାନ୍ତଙ୍କ ମୃତୃ୍ୟ ପରେ ଚର୍ଚ୍ଚାରେ ଥିବା କଙ୍ଗନା ଏ କିଛି ବୟାନ ଦେଇଛନ୍ତି । ଲଗାତାର ନିଜର କଟୁ ବଚ୍ଚନରେ ସବୁବେଳେ ଅନ୍ୟମାନଙ୍କୁ ନିଶାନ କରୁଥିବା କଙ୍ଗନା ଏବେ ସିଧା ତାଙ୍କର ମନ୍ତବ୍ୟ ରଖିଛନ୍ତି ଆଜି ଟ୍ୱିଟରେ ସେ କହିଛନ୍ତି ମୁଁ କଳି ଆରମ୍ଭ କରେନାହିଁ ବରଂ ଶେଷ କରେ । କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର, ଉର୍ମିଳାଙ୍କ ସଫ୍ଟ ପର୍ଣ୍ଣ ଷ୍ଟାର୍ ଆଦି କହିବା ପରେ ପ୍ରଶଂସକମାନେ ତାଙ୍କ ଉପରେ ଗର୍ଜିଥିଲେ। ଏପରିକି ଆଜି ଅନୁରାଗ କଶ୍ୟପଙ୍କ ସହ ବି କଙ୍ଗନାଙ୍କ ବାକ୍ ଯୁଦ୍ଧ ହୋଇଥିଲା। ଅନୁରାଗ କହିଥିଲେ, ଉଭଣୀ ତୁ ହିଁ ଜଣେ ଅଛୁ, ଆମର ଗୋଟିଏ ବୋଲି ମଣିକର୍ଣ୍ଣିକା। ଯା’ ୪/୫ ଜଣ ଲୋକଙ୍କୁ ନେଇକି ଯା’ ଚୀନ୍ ସହ ଯୁଦ୍ଧ ଲଢ଼ିବୁ। ଦେଖୁନୁ ଭାରତର ସୀମା ଅତିକ୍ରମ କରି ଚୀନ୍ ସେନା କେତେ ବାଟ ପଳେଇ ଆସିଲେଣି। ଯା’ ଦେଖେଇଦେ ଯେ, ଭାରତର କିଏ କିଛି ବି କରିପାରିବେନି। ଏଲ୍ଏସି ତୋ ଘରଠାରୁ ମାତ୍ର ଗୋଟିଏ ଦିନର ରାସ୍ତା। ଯା’ ଆମ ସିଂହୀ ଯା’।
ଏହାର ଉତ୍ତରରେ କଙ୍ଗନା କହିଥିଲେ, ମୁଁ ଦେଶର ସୀମାକୁ ଯାଉଛି ଯୁଦ୍ଧ କରିବାକୁ। ତୁମେ ଯାଅ ଅଲମ୍ପିକ୍ସ୍ ସ୍ବର୍ଣ୍ଣପଦକ ଆଣିବ। ଏହା କୌଣସି ବି-ଗ୍ରେଡ୍ ଚଳଚ୍ଚିତ୍ର ନୁହେଁ ଯେ ଯିଏ ଯାହା ଚାହିଁବ ସେ ଭୂମିକାରେ ଅଭିନୟ କରିବ। ତୁମେ ମୋ ସାଙ୍ଗ ଥିଲା ବେଳେ ଚତୁର ଥିଲ, ଏବେ ଏତେ ମୂର୍ଖ କେମିତି ହୋଇଗଲ ବୋଲି କଙ୍ଗନା ଟ୍ବିଟ୍ କରିଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0