spot_img

ଚୀନକୁ ଗୁପ୍ତ ତଥ୍ୟ ଦେବା ଆରୋପରେ ପତ୍ରକାର ସମେତ ଚୀନ ଓ ନେପାଳର ନାଗିରୀକ ଗିରଫ

ନୂଆଦିଲ୍ଲୀ: ଚୀନ ଇଣ୍ଟେଲିଜେନ୍ସକୁ ଗୁପ୍ତ ତଥ୍ୟ ଦେବା ଦୋଷାରୋପରେ ଦିଲ୍ଲୀ ପୁଲିସ୍ ଫ୍ରିଲାନ୍ସ ପତ୍ରକାର ରାଜୀବ ଶର୍ମା, ଚୀନ ମହିଳା କିଂଗ ଶୀ ଏବଂ ନେପାଳ ନାଗରିକ ଶେର ସିଂହଙ୍କୁ ଗିରଫ କରିଛି । କିଂଗ ଶି ଏବଂ ଶେର ସିଂହ ସେଲ କମ୍ପାନୀମାନଙ୍କ ମାଧ୍ୟମରେ ରାଜୀବକୁ ଏନେଇ ଖୁବ୍ ଅଧିକ ଅର୍ଥରାଶି ଦେଉଥିଲେ । ଚୀନର ସୁଫିଆ ବିଭାଗ ଅର୍ଥ ବଦଳରେ ବହୁ ସମ୍ବେଦନଶୀଳ ତଥ୍ୟ ରାଜୀବଙ୍କଠାରୁ ସଂଗ୍ରହ କରୁଥିଲା ।
ସୂଚନାମୁତାବକ, ସ୍ପେଶାଲ ସେଲ ମାଧ୍ୟମରେ ରାଜୀବ ଶର୍ମାଙ୍କୁ ତାଙ୍କ ପ୍ରିତମପୁର ଘରେ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ଗିରଫ କରାଯାଇଛି । ପୁଲିସ୍ କହିବା ଅନୁସାରେ ରାଜୀବଙ୍କ ପାଖରେ ପ୍ରତିରକ୍ଷା ସହିତ ଜଡିତ କିଛି ଗୁପ୍ତ ଦସ୍ତାବିଜ ସହ ଅନେକ ମୋବାଇଲ, ଲ୍ୟାପଟପ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ରାଜୀବକୁ ୧୪ ସେପ୍ଟେମ୍ବରକୁ ଗିରଫ କରାଯାଇଥିଲା । ପରଦିନ ତାଙ୍କୁ କୋର୍ଟକୁ ପଠାଇ ଦିଆଯାଇଥିଲା । ସେଠାରୁ ତାଙ୍କୁ ୬ ଦିନ ପୁଲିସ୍ ରିମାଣ୍ଡରରେ ପଠାଯାଇଥିଲା । ଆସନ୍ତା ୨୨ ସେପ୍ଟେମ୍ବରକୁ ପଟିଆଲା ହାଉସ୍ କୋର୍ଟ ରେ ତାଙ୍କ ଜାମିନ ଉପରେ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular