ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ‘ଦେବାଳିଆ ଆଇନ ସଂଶୋଧନ ବିଲ-୨୦୨୦’ ପାସ ହୋଇଛି । ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏହି ବିଲ ଉପସ୍ଥାପନ କରିଥିଲେ । ଉଲ୍ଲେଖଯୋଗ୍ୟ, ଯେତେବେଳେ କୌଣସି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା କୌଣସି ରୁଣ ନେଇ ପରିଶୋଧ କରିପାରନ୍ତି ନାହିଁ, ସେତେବେଳେ ତାଙ୍କୁ ଦେବାଳିଆ ଘୋଷଣା କରାଯାଏ । ରାଜ୍ୟସଭାରେ ଗୃହୀତ ହୋଇଥିବା ଏହି ବିଲ ଆଇନରେ କିଛି ସଂଶୋଧନ ଆଣିବ । ତେବେ ନୂଆ ସଂଶୋଧିତ ବିଲ ଆଧାରରେ ଏହି ଆଇନ ଲାଗୁ କରାଯିବ । ମିଳିଥିବା ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୨୫ ତାରିଖରୁ ଯେଉଁମାନେ ରୁଣ ଖିଲାଫ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ଏହି ଆଇନ ଲାଗୁ ହେବ ନାହିଁ । ରାଜ୍ୟସଭାରେ ଏହି ଆଇନ ସଂପର୍କରେ ଆଲୋଚନା କରି ନିର୍ମଳା ସିତାରମଣ କହିଛନ୍ତି, ଏହି ଆଇନ ବ୍ୟବସାୟ କ୍ଷେତ୍ରରେ ଏକ ଗୁରୁତ୍ତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିବ । ଏହା ସହିତ ଏହି ବିଲ ଯୋଗୁଁ କମ୍ପାନୀ ମାନେ ତାଙ୍କ ବିବାଦର ସମାଧାନ ପାଇଁ ଆଉ ଏନସିଏଲଟିକୁ ଯିବାକୁ ପଡ଼ିବ ନାହିଁ । ଅନ୍ୟକ୍ଷରେ ରାଜ୍ୟସଭାରେ ବିଜେପିର ଅରୁର ସିଂ ଏହି ଦେବାଳିଆ ସଂଶୋଧନ ଆଇନକୁ ସମର୍ଥନ ଜଣାଇବା ସହିତ ଏହା ଏକ ସାହସିକ ପଦକ୍ଷେପ ବୋଲି କହିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0