କେନ୍ଦୁଝର: କେନ୍ଦୁଝରରେ ଜଣେ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ସିଲ୍ କରାଯାଇଥିବା ଜଣାଯାଇଛି। ଗତକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଜଣେ ପୁରୁଷ ନର୍ସ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ସହିତ ସଂପୃକ୍ତ ବିଭାଗକୁ ସିଲ୍ କରାଯାଇଛି। ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରରେ ଥିବା ମୁଖ୍ୟ କୋଠାକୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି।
ଆକ୍ରାନ୍ତ ପୁରୁଷ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ ସଙ୍ଗରୋଧରେ ରହିବାକୁ ବି କେନ୍ଦୁଝର ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଆଜି କେନ୍ଦୁଝର ଜିଲ୍ଲାରେ ୪୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ କେନ୍ଦୁଝର ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0