ଭୁବନେଶ୍ୱର: ଆଜି ରାଜଧାନୀରୁ ପୁଣି ନୂଆ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୪ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୮ଟି ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ ଏଯାବତ ୫୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୨ଜଣ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ପ୍ରତିଦିନ ରାଜଧାନୀରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ନେଇ ରାଜଧାନୀବାସୀଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୪ଜଣଙ୍କ ମଧ୍ୟରୁ ସେଣ୍ଟ୍ରାଲ ଗର୍ଭରମେଣ୍ଟ ହସ୍ପିଟାଲ୍ର ୩୬ବର୍ଷର ଜଣେ ଓ ୪୭ବର୍ଷର ଜଣେ ପୁରୁଷ କର୍ମଚାରୀ, କଳିଙ୍ଗନଗର ସମ୍ ହସ୍ପିଟାଲ ଅଞ୍ଚଳରୁ ତିନିଜଣ (୪୮, ୨୬ ଓ ୩୮ବର୍ଷ), ବାପୁଜିନଗର ଶିଶୁଭବନ ଛକ ଅଞ୍ଚଳରୁ ୩୦ବର୍ଷର ଜଣେ ପୁରୁଷ, ରସୁଲଗଡ଼ ସାବର ସାହି ଅଞ୍ଚଳରୁ ୩୧ବର୍ଷର ଜଣେ ମହିଳା, ସଙ୍ଗରୋଧ କେନ୍ଦ୍ରରୁ ୫୨ବର୍ଷର ପୁରୁଷ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛି।
ଏଥିସହିତ ପାତ୍ରପଡ଼ା ଉଦୟଗିରି ବିହାର ଅଞ୍ଚଳରୁ ୩୨ବର୍ଷର ଜଣେ ପୁରୁଷ, ସଙ୍ଗରୋଧ କେନ୍ଦ୍ରରୁ ଜଣେ ୧୫ର ବାଳିକା, ଦୁମଦୁମା ଫେଜ-୪ ଅଞ୍ଚଳରୁ ଜଣେ ୩୧ବର୍ଷର ପୁରୁଷ, ୟୁନିଟ-୨ ଅଞ୍ଚଳରୁ ଜଣେ ୨୭ବର୍ଷର ପୁରୁଷ, ମଞ୍ଚେଶ୍ୱର ଅଞ୍ଚଳରୁ ଜଣେ ୨୯ବର୍ଷର ଆରପିଏଫ କର୍ମଚାରୀ, ବାପୁଜୀ ନଗର ସିଟି ପ୍ୟାଲେସ୍ ହୋଟେଲ ଅଞ୍ଚଳରୁ ଜଣେ ୩୯ବର୍ଷର ପୁରୁଷଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0