ନୂଆଦିଲ୍ଲୀ: ବ୍ରାଜିଲ ଓ ଆମେରିକା ତୁଳନାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଦେଶ ପାଇଁ ଚିନ୍ତାଜନକ । କିନ୍ତୁ ଏହି ସମୟରେ ଏକ ଭଲ ଖବର ଆଶ୍ୱସ୍ତି ଆଣି ଦେଇଛି । ଭାରତରେ ଆରୋଗ୍ୟ ହାର ଆମେରିକାଠାରୁ ଅଧିକ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏଠାରେ କହିରଖୁଛୁ କି ଆମେରିକାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪୨ ଲକ୍ଷ ଟପିଲାଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କେନ୍ଦ୍ର ପ୍ରଭାବଶାଳୀ ଢ଼ଙ୍ଗରେ ପଦକ୍ଷେପ ଗ୍ରହଣ କରିବା ଓ କରୋନା ପରୀକ୍ଷା ଜୋରଦାର କରିବା ପରେ ଦେଶର ଆରୋଗ୍ୟ ହାର ବଢ଼ିଛି । ଯାହା ସତରେ ଏକ ବଡ଼ ସଫଳତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
ଶନିବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ଅତିକ୍ରମ କରିଥିବା ବେଳେ ୯୩,୩୩୭ ଜଣ ନୂଆ ସଂକ୍ରମିତ ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୨୪୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩, ୦୮,୦୧୫ ଥିବା ବେଳେ ୧୦,୧୩,୯୬୪ ଜଣ ଚିକିତ୍ସିତ ହେଉଛନ୍ତି । ଆରୋଗ୍ୟ ହାର ୪୨, ୦୮,୪୩୨ ଥିବା ବେଳେ ଏଯାବତ୍ ୮୫, ୬୧୯ ଜଣଙ୍କର ମୃତ୍ୟୁ ହୋଇଛି । ଆଇସିଏମଆର ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୧୮ ସୁଦ୍ଧା ୬,୨୪,୫୪,୨୫୪ଟି ନମୁନା ପରୀକ୍ଷା ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0