spot_img

ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ଦେଇଛି ୪.୭ କୋଟି ଟଙ୍କା ଅନୁଦାନ

ଭୁୁବନେଶ୍ୱର: ଗତ ୨ ବର୍ଷରେ କେନ୍ଦ୍ର ସରକାର ନ୍ୟାସନାଲ ପ୍ଲାନ ଫର କଞ୍ଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ୍ ଅଧୀନରେ ଓଡିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଓ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଅନୁଦାନ ଦିଆଯାଇଛି । ଏ ସମ୍ପର୍କରେ ଟ୍ୱିଟ କରି ସୂଚାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ଶ୍ରୀ ପ୍ରଧାନ ଲେଖିଛନ୍ତି, ୩ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଥିଲା ଅଂଶୁପା ହ୍ରଦ । ଏହାର ପୁନରୁଦ୍ଧାର କାର୍ଯ୍ୟ ସମସ୍ତଙ୍କୁ ଖୁସି ଦେଇଛି । ଏହାଛଡା ସମଗ୍ର ଦେଶରେ ସନ୍ତସନ୍ତିଆ ଅଞ୍ଚଳରେ ସଂରକ୍ଷଣ ଓ ସୁରକ୍ଷା ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଇଛି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular