spot_img

ପୋଲାଭରମ୍ ପ୍ରକଳ୍ପରେ ଏନଜିଟିର ନୂଆ ରାୟ

ନୂଆଦିଲ୍ଲୀ: ଗୋଦାବରୀ ନଦୀ ଉପରେ ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ ଉପରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିଜର ରାୟ ଶୁଣାଇଛନ୍ତି । ଏହି ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ଚିନ୍ତା ଦୂର କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଓ ପୋଲାଭରମ୍ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଦୁଇମାସ ମଧ୍ୟରେ ଏହି ବୈଠକ ଆୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଉପରମୁଣ୍ଡର ରାଜ୍ୟ ତେଲେଙ୍ଗାନା, ଛତିଶଗଡ଼ ଓ ଓଡ଼ିଶା ସରକାର ନିଜର ଚିନ୍ତା ଜଣାଇବେ । ଚିନ୍ତା ଦୂର କରିବାର ସମାଧାନ ଆନ୍ଧ୍ରପ୍ରଦେଶ ସରକାର ଓ ପିପିଏ ଜଣାଇବେ । ଏହି ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ଆବେଦନକୁ ଟ୍ରିବ୍ୟୁନାଲ ଖାରଜ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପ ସମ୍ପର୍କରେ ନିଜର ରିପୋର୍ଟ ଦେବାକୁ ଗଠିତ ୪ ଜଣିଆ ବିଶେଷଜ୍ଞ କମିଟି ଗତ ୮ ତାରିଖରେ ନିଜର ରିପୋର୍ଟ ଦେଇଥିଲା । କମିଟିର ସୁପାରିଶକୁ ଟ୍ରିବ୍ୟୁନାଲ ଗ୍ରହଣ କରିଛି ।
ଏଥିରେ ଥିବା ସୁପାରିଶଗୁଡ଼ିକ ହେଲା , ଆନ୍ତଃରାଜ୍ୟ ରାଜିନାମା ଅନୁସାରେ ପୋଲାଭରମ୍ ଅଥରିଟି କାର୍ଯ୍ୟ କରିବ । ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ଦେଇଥିବା ୧୯୮୦ ରାୟକୁ ମାନିବେ । ଜଳମଗ୍ନ ହେଉଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ । ପ୍ରକଳ୍ପର ବ୍ୟାକ ୱାଟର ଷ୍ଟଡି ହେବ । ପ୍ରକଳ୍ପ ଯୋଗୁଁ କୌଣସି କୁପ୍ରଭାବ ପଡ଼ିଲେ ଏଥିପାଇଁ ଆନ୍ଧ୍ର ସରକାରଙ୍କ ଜଳ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବ । ପ୍ରକଳ୍ପ ନେଇ ତେଲେଙ୍ଗାନା , ଓଡ଼ିଶା, ଆନ୍ଧ୍ର , ଛତିଶଗଡ଼ ଲକତ୍ର ଆଲୋଚନା କରିବେ । ଓଡ଼ିଶାର ୬୩୧୬ ଲୋକଙ୍କୁ ଥଇଥାନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular