ଭୁବନେଶ୍ୱର: ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ । କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ ସବୁବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ହେବ । ରାଜ୍ୟ ସ୍ୱ।ସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡ. ଜୟନ୍ତ ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କହିଛନ୍ତି, ଆକ୍ରାନ୍ତ ବ୍ୟକ୍ତି ନିଜ ରୁମ ଭିତରୁ ବାହାରକୁ ବାହାରିବା ଅନୁଚିତ । ଘରର ଅନ୍ୟ କୋଠରୀ ଅଥବା ଡାଇନିଂ ଟେବୁଲରେ ନ ବସି, ହୋମ୍ ଆଇସୋଲେସନ ଅବଧି ଶେଷ ହେବା ପର୍ୟ୍ୟନ୍ତ ଏକାନ୍ତରେ ରୁହନ୍ତୁ । ଡ.ପଣ୍ଡା କହିଛନ୍ତି, ହୋମ୍ ଆଇସୋଲେସନରେ ରୋଗୀଙ୍କୁ ଯେଉଁମାନେ ଯତ୍ନ ନେଉଛନ୍ତି, ସେମାନେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ରୋଗୀଙ୍କ ପାଖରେ ଯେତିକି କମ ସମୟ ରହିବେ, ସେତିକି ଭଲ । ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖକୁ ଶିଶୁ, ବରିଷ୍ଠ ନାଗରିକ ଓ ଗର୍ଭବତୀ ନ ଯାଆନ୍ତୁ । ଅଥବା ପରିବାରର ଜଣେ ମାତ୍ର ଲୋକ ରୋଗୀଙ୍କ କୋଠରୀକୁ ଯିବା ଦରକାର। କିନ୍ତୁ ସେମାନେ ମାସ୍କ ଓ ଗ୍ଲୋଭସ ପିନ୍ଧିବା ଦରକାର । କୋଭିଡ ଘରକୁ ଆସିଲେ ପରିବାର ଲୋକଙ୍କର ଚିନ୍ତା ବଢ଼ିଯାଉଛି । ଅନେକ ରୋଗୀଙ୍କ ଠାରେ ସାଧାରଣ ଲକ୍ଷଣ ଦେଖାଯାଉଛି । କିନ୍ତୁ ସାରା ବିଶ୍ୱରେ ଦେଖାଯାଇଛି ଯେ, ୯୦ ପ୍ରତିଶତ ରୋଗୀଙ୍କ ଠାରେ ଲକ୍ଷଣ ନାହିଁ । ଲକ୍ଷଣ ଯୁକ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ରଖାଯାଉଥିଲା । କିନ୍ତୁ ପରେ ଚିନ୍ତା କଲାଗଲା ଯେ ରୋଗୀ ଯଦି ଘରେ ରହିବ ପରିବାର ଲୋକଙ୍କ ସେବା ପାଇପାରିବା ସହିତ ସାମାନ୍ୟ ଆଶ୍ୱସ୍ତି ଲାଭ କରିପାରିବ । କିନ୍ତୁ କରୋନା ଆକ୍ରାନ୍ତଙ୍କ ପାଇଁ ଘରେ ସେଭଳି ବ୍ୟବସ୍ଥା ଥିବା ଦରକାର । କରୋନା ଆକ୍ରାନ୍ତ ରହିବା ଲାଗି ସ୍ୱତନ୍ତ୍ର କୋଠରୀ, ବ୍ୟକ୍ତିଗତ ଶୌଚାଳୟ ଓ ଯତ୍ନ ନେବାଲାଗି ପରିବାରର ଲୋକ ନିହାତି ଆବଶ୍ୟକ । ଏହା ହେଉଛି ହୋମ ଆଇସୋଲେସନ ନିୟମ ବୋଲି ଡ.ପଣ୍ଡା ଆଜି ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0