୨୦୨୦-୨୧ ଶିକ୍ଷାବର୍ଷ ପାଇଁ “ସିବିଏସ୍ଇ’ ସିଲାବସ୍ରୁ ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପାଠ୍ୟକ୍ରମର ୩୦ପ୍ରତିଶତ ତଥା ୧୯୦ଟି ବିଷୟକୁ ବାଦ ଦିଆଯାଇଛି । ତେବେ ଏସଂପର୍କରେ ବିରୋଧୀ ଦଳ ମହଲରେ ପ୍ରଚାର ଜୋର ଧରିଛି । ଏକ ନିର୍ଦ୍ଦିଷ୍ଟ ଆଦର୍ଶର ପ୍ରଚାର ପାଇଁ ଭାରତୀୟ ଗଣତନ୍ତ୍ର ଏବଂ ବହୁବିଧତା ଥିବା ଅନୁଚ୍ଛେଦଗୁଡ଼ିକୁ ସମାଜ ବିଜ୍ଞାନ ପାଠ୍ୟଖସଡ଼ାରୁ ବାଦ ଦିଆଯାଇଛି ବୋଲି ଦାବି କରି ବିରୋଧୀ ଦଳମାନେ ବିବାଦ କରିଥିଲେ। ତେବେ ଏହାର ପ୍ରତିଉତ୍ତରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶ କହିଲେ, ସଂଶୋଧିତ ସିଲାବସ୍ ସଂପର୍କରେ ବିଭ୍ରାନ୍ତିକର କଥା କୁହାଯାଉଛି । ଶିକ୍ଷାରୁ ଏଭଳି ମିଥ୍ୟା ପ୍ରଚାର ଏବଂ ରାଜନୀତି ଦୂରେଇ ନେବାକୁ ଅନୁରୋଧ ।

ସିଲାବସ୍ରୁ ଗଣତାନ୍ତ୍ରିକ ଅଧିକାର, ଭାରତୀୟ ଖାଦ୍ୟ ସୁରକ୍ଷା, ସଂଘବାଦ, ନାଗରିକତା ଏବଂ ଧର୍ମନୀରପେକ୍ଷତା ଆଦି ବିଷୟଗୁଡ଼ିକୁ ବାଦ୍ ଦିଆଯାଇଛି । ଏସଂପର୍କରେ ଜାତୀୟ ଶିକ୍ଷା ବୋର୍ଡ କହିବା ଅନୁଯାୟୀ କୋଭିଡ଼-୧୯ ମହାମାରୀ କାଳରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ଏହି ବିଷୟଗୁଡ଼ିକୁ ବାଦ୍ ଦିଆଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0