spot_img

ଚାରି ମାସ ପରେ ମଇଦାନକୁ ଫେରିଲା କ୍ରିକେଟ, ପ୍ରଥମ ଦିନରେ ବାଧକ ସାଜିଲା ବର୍ଷା

କରୋନା ମହାମାରୀ ପାଇଁ ସବୁ କ୍ଷେତ୍ର ଭଳି କ୍ରିକେଟ୍ ମଇଦାନ ବି ଖାଲି ପଡ଼ିଥିଲା । କ୍ରିକେଟ୍ ଷ୍ଟାର୍‌ମାନେ କେବଳ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିଲେ । ଏନେଇ ଆସନ୍ତାକାଲି ମଇଦାନକୁ ଫେରିଛି କ୍ରିକେଟ୍ । କାଲି ଆରମ୍ଭ ହୋଇଛି ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ୍ । କିଛି ପରିବର୍ତ୍ତିତ ନିୟମ ଭିତରେ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଇଛି ।

cricket1କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଗତ ୪ ମାସ ହେଲା ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ପୂରାପୂରି ବନ୍ଦ ହୋଇଯାଇଥିଲା । ଏହପରେ ଆସନ୍ତାକାଲି ଇଂଲଣ୍ଡର ସାଉଥମ୍ପଟନ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯାଇଛି । କୋଭିଡ୍‌-୧୯ କଟକଣା ଯୋଗୁଁ ଫାଙ୍କା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳାଯାଇଛି। ଅନ୍ୟପଟେ ପ୍ରତ୍ୟାବର୍ତନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ରେ ବାଧକ ସାଜିଛି ବର୍ଷା ।

cricket2ରିପୋର୍ଟ ଅନୁଯାୟୀ ସାଉଥମ୍ପଟନ୍‌ରେ ପ୍ରବଳ ବର୍ଷା ଯୋଗୁ ପ୍ରଥମ ଦିନ ‌ଖେଳ ଆରମ୍ଭରୁ ବାଧକ ସାଜିଛି। ବର୍ଷା ଯୋଗୁଁ ଟସ୍‌ ପଡ଼ିବାରେ ବିଳମ୍ବ ମଧ୍ୟ ହୋଇଥିଲା। ଶେଷରେ ୧୭.୪ ଓଭର ବୋଲିଂ ହୋଇଥିଲା ବେଳେ ଇଂଲଣ୍ଡ ୧/୩୫ କରିଥିଲା। ବର୍ନସ ୨୦ ଏବଂ ଡେନ୍‌ଲି ୧୪ ରନ୍‌ରେ ଅପରାଜିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular