spot_img

ବିହାରରେ ୧୪,୨୫୮ କୋଟି ଖର୍ଚ୍ଚରେ ୯ ରାଜମାର୍ଗ ପରିଯୋଜନାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ବଡ ଘୋଷଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ବିହାରର ୯ଟି ରାଜମାର୍ଗର ଶୀଳାନ୍ୟାସ କରିବେ । ଏଥି ସହିତ ଆଟିକିଲ୍ ଫାଇବର ଇଣ୍ଟରନେଣ୍ଟ ସେବାର ଉଦଘାଟନ କରିବେ । ଯାହା ସାହାଯ୍ୟରେ ୪୫,୯୪୫ ଗାଁ କୁ ଯୋଡାଯାଇପାରିବ । ଏନେଇ ପ୍ରଧାନମନ୍ତ୍ରୀ ଶନିବାର ସୂଚନା ଦେଇଛନ୍ତି । ଏଥିରେ ପ୍ରାୟ ୩୫୦ କିଲୋମିଟର ରାସ୍ତା ନିର୍ମାଣ କରିବା ପାଇଁ ପ୍ରାୟ ୧୪,୨୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ, ପୋଲ, ପାନୀୟଜଳ ଏବଂ ସ୍ୱଚ୍ଛତା ସହ ଜଡିତ ଅନେକ ବିକାଶ ପରିଯୋଜନାର ଉଦଘାଟନ ଏବଂ ଶୀଳାନ୍ୟାସ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular