ଅନୁଗୋଳ,- ଅନଗୁଳ କଣିହାଁ ଏନଟିପିସି ପ୍ଲାଣ୍ଟରୁ ଶନିାବାର ୧୨ ଫୁଟ ଲମ୍ଭର ଏକ ଅଜଗର ସାପ ଉଦ୍ଧାର ହୋଇଛି। ବନ ବିଭାଗ ସାପକୁ ଉଦ୍ଧାର କରି ଜଙ୍ଗରେ ଛାଡିଦେଇଛନ୍ତି । ସୂଚନାନୁସାରେ, ପ୍ଲାଣ୍ଟ ଭିତରେ ସାପଟି ବୁଲୁଥିବା କିଛି କର୍ମଚାରୀ ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ସେମାନେ ଉଚ୍ଚ ଅଫିସରଙ୍କୁ ଖବର ଦେଇଥିଲେ। ପରେ ପ୍ଲାଣ୍ଟ ପକ୍ଷରୁ ସ୍ନେକ୍ ହେଲ୍ପଳାଇନର ସଦସ୍ୟଙ୍କୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପଳାଇନର ସଦସ୍ୟ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ କଣିହାଁ ରେଞ୍ଜରଙ୍କୁ ସାପଟିକୁ ଦିଆଯାଇଥିଲା। ବନ ବିଭାଗର କର୍ମଚାରୀ ସୁରକ୍ଷିତ ସାପଟିକୁ ପାଖରେ ଥିବା ଜଙ୍ଗଲରେ ଛାଡି ଦେଇଛନ୍ତି। ପ୍ଲାଣ୍ଟରେ ସାପକୁ ଦେଖି କର୍ମଚାରୀ ଭୟଭୀତ ଅଛନ୍ତି। ଆଉ ସାପ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।



Visitors Today : 1
Total Visitors : 130540
Total Views : 9892090
Visitors Online Now : 0