ଓ୍ବାଶିଂଟନ୍ – ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ବିଷ ଥିବା ଏକ ପାର୍ସଲ ଆସିଥିବା ହ୍ବାଇଟ୍ ହାଉସର ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି । ଟ୍ରମ୍ପଙ୍କ ନିକଟକୁ ରିସିନ ନାମକ ବିଷ ଥିବା ଏକ ପାର୍ସଲ ଆସିଛି । ମାତ୍ର ଏହି ପ୍ୟାକେଟ୍ ହ୍ବାଇଟ୍ ହାଉସ୍ ରେ ପହଞ୍ଚିବା ପୂର୍ବରୁ ଛାନଭିନ୍ ବେଳେ ଧରାପଡିଛି । ଆମେରିକାର ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଟ୍ରମ୍ପଙ୍କୁ ବିଷ ଦେବା ଉଦ୍ୟମକୁ ବିଫଳ କରିଦେଇଛନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ ଦୁଇ ଦୁଇ ଥର ପରୀକ୍ଷଣ ପରେ ଏହା କ୍ଷତିକାରକ ରିସିନ ବୋଲି ଜଣାପଡିଥିଲା । ଅଧିକାରୀଙ୍କ କହିବା ଅନୁସାରେ କୌଣସି ଜିନିଷ ହ୍ବାଇଟ୍ ହାଉସ ପହଞ୍ଚିବା ପରେ ଏବଂ ଟ୍ରମ୍ପଙ୍କ ନିକଟକୁ ଯିବା ପୂର୍ବରୁ ତାହାକୁ ତନତନ କରି ଯାଞ୍ଚ କରାଯାଇଥାଏ । ସେହିଭଳି ହ୍ବାଇଟ୍ ହାଉସକୁ ଆସୁଥିବା ସମସ୍ତ ଚିଠି ଏବଂ ପାର୍ସଲକୁ ମଧ୍ୟ ଯାଞ୍ଚ କରାଯାଇଥାଏ ।କୌଣସି ଜିନିଷ ଉପରେ ସନ୍ଦେହ ହେଲେ ସେଗୁଡିକୁ ଅଲଗା ରଖିଦିଆଯାଇଥାଏ । ଆମେରିକା ଆଇନ ପ୍ରବର୍ତ୍ତନର ଜଣେ ଅଧିକାରୀ ଆମେରିକା କେବୁଲ ନେଟଓ୍ବର୍କକୁ କହିଛନ୍ତି ଯେ, ଯାଞ୍ଚ କରୁଥିବା ଅଧିକାରୀ ଏହା ସନ୍ଦେହ କରୁଛନ୍ତି ଯେ, ଟ୍ରମ୍ପଙ୍କ ନିକଟକୁ ଆସିଥିବା ପାର୍ସଲଟି କାନାଡାରୁ ଆସିଥିଲା । ଆମେରିକାର ଅଧିକାରୀଙ୍କ ଅନୁସାରେ ରିସିନ ବହୁତ କ୍ଷତିକାରକ ବିଷ । ଆତଙ୍କବାଦୀ ଆକ୍ରମଣ ବେଳେ ଏହାର ବ୍ୟବହାର ହୋଇଥାଏ । ଏହା ପାଉଡର, ବଟିକା ଏବଂ ଏସିଡ୍ ରୂପେ ବ୍ୟବହାର ହୋଇଥାଏ । ଯାହା ଶରୀରକୁ ଏହି ବିଷ ଯାଇଥାଏ ତାର ମୃତ୍ୟୁ ନିଶ୍ଚିତ ହୋଇଥାଏ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ଆସିଲା ବିଷ ପାର୍ସଲ…



Visitors Today : 6
Total Visitors : 130175
Total Views : 9891622
Visitors Online Now : 0