ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରୁ ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭ ଦିନ ହିଁ ୩୦ଜଣ ସାଂସଦ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ସେମାନଙ୍କ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ପରବର୍ତ୍ତୀ ଅଧିବେଶନରେ ସେମାନେ ଯୋଗ ଦେଇନଥିଲେ। ତେବେ ଦିନକୁ ଦିନ ଅଧିକରୁ ଅଧିକ ସାଂସଦ କରୋନା ଆକ୍ରାନ୍ତ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ମୌସୁମୀ ଅଧିବେଶନ ବନ୍ଦ ହେବ ବୋଲି ଜଣା ପଡ଼ିଛି। ଆସନ୍ତା ବୁଧବାରଠାରୁ ମୌସୁମୀ ଅଧିବେଶନକୁ ବନ୍ଦ କରିଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ ଉପଦେଷ୍ଟା କମିଟି ବୈଠକରେ ବିରୋଧୀଙ୍କ ସହ ଆଲୋଚନା କରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ପ୍ରହ୍ଲାଦ ପଟେଲ ଓ ବିଜେପି ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧେଙ୍କ କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅଧିବେଶନରେ ସାମିଲ ହେବା ପରେ ସେମାନଙ୍କ ପରୀକ୍ଷଣ ରିପୋର୍ଟ ପଜିଟିଭ୍ ଆସିଥିଲା ।



Visitors Today : 1
Total Visitors : 130540
Total Views : 9892090
Visitors Online Now : 0