spot_img

ସ୍ୱାମୀ ନାଁରେ ସ୍ତ୍ରୀର ସଙ୍ଗୀନ ଅଭିଯୋଗ, ଥାନାରେ ଦ୍ୱାରସ୍ଥ ହେଲେ ମହିଳା

ଚାନ୍ଦବାଲି: ଥାନାରେ ଦ୍ୱାରସ୍ଥ ହୋଇ ନ୍ୟାୟ ମିଗିଲେ ସ୍ତ୍ରୀ । ମୋ ସ୍ୱାମୀ ମତେ ବିବାହ କରି ପଛରେ ମୋ ମାଉସୀ ଝିଅକୁ ବିବାହ ଜାଲରେ ଛନ୍ଦି ଜେଲ ଯାଇଥିଲେ । ଏବେ ପୁଣି ଏକ ସରକାରୀ ଚାକିରିଆ ଝିଅକୁ ପ୍ରେମ ଜାଲରେ ଫସାଇ ସାଙ୍ଗରେ ରହୁଛନ୍ତି । ତେଣୁ ମୋତେ ନ୍ୟାୟ ଦରକାର । ସ୍ତ୍ରୀର ଅଧିକାର ମାଗି ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବିବାହିତ ମହିଳା । ସ୍ୱାମୀଙ୍କ ନାଁରେ ଳିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗ ଅନୁସାରେ , ୨୦୦୮ ମସିହାରେ ଦେବଶ୍ରୀ ମହାରଣା ତିହିଡି ଥାନା ନରେନ୍ଦ୍ରପୁର ଗାଁର ସତ୍ୟବ୍ରତ ସୁତାରଙ୍କୁ ବିବାହ କରିଥିଲେ । ୨୦୧୧ ମସିହାରେ ନିଜର ସ୍ତ୍ରୀର ମାଉସୀ ଝିଅକୁ ସତ୍ୟବ୍ରତ ବିବାହ କରିଥିବାର ଅଭିଯୋଗ ଆଣିଥିଲେ ପ୍ରଥମ ସ୍ତ୍ରୀ । ପରେ ତାଙ୍କ ପ୍ରଥମ ସ୍ତ୍ରୀ ଏବଂ ମାଉସୀ ଥାନାରେ ଅଭିଯୋଗ କରିବା ପରେ ସତ୍ୟବ୍ରତକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଥିଲା । ଜେଲରୁ ମୁକୁଳିବା ପରେ ପ୍ରଥମ ସ୍ତ୍ରୀ ଏବଂ ସତ୍ୟବ୍ରତଙ୍କ ସହିତ ଉତ୍ତମ ବୁଝାମଣା ହୋଇଥିଲା । ପରବର୍ତ୍ତୀ ସମୟରେ ସ୍ୱାମୀଙ୍କର ଚରିତ୍ରରେ କିଛିି ପରିବର୍ତ୍ତନ ନ ଆସିବାରୁ ଉଭୟ ଅଲଗା ଅଲଗା ରହିଥିଲେ । ଏବେ ସତ୍ୟବ୍ରତ ଏକ ସରକାରୀ ଚାକିରିଆ ଝିଅ ସହ ଘେରଙ୍ଗ ବଜାରରେ ଘର ଭଡା ନେଇ ରହୁଥିବାର ଜାଣିବାକୁ ପାଇଛନ୍ତି । ଏଭଳି ଭାବେ ସତ୍ୟବ୍ରତ ଅନେକ ଝିଅଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ତ୍ରୀ ଦେବଶ୍ରୀ । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular