spot_img

ଆଉ କେତେଦିନ..?

ଭୁବନେଶ୍ୱର-୨୦ା୯:ଆଜିର ସମାଜର ଦୁଇଟି ଅଙ୍ଗ ହେଲେ ପୁରୁଷ ଓ ନାରୀ । ଜଣେ ଜଣଙ୍କ ବିନା ଜୀବନ ଅଧୁରା । ସମାଜରେ ସମସ୍ତଙ୍କ ବଂଚିବା ଅଧିକାର ଅଛି । ହେଲେ ଦୁଖର କଥା ପୁରୁଷ ପ୍ରଧାନ୍ୟ ସମାଜରେ ସ୍ୱାଧିନତା ଶଦ୍ଦର ଅର୍ଥ ନାରୀଙ୍କୁ ଜଣାନାହିଁ । କାରଣ ସେମାନେ ଗୋଟିଏ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି । ନାରୀ ପାଖରୁ ଜନ୍ମ ହୋଇ ନାରୀକୁ ଖେଳଣା କରି ପୁରୁଷ୍ୱତ ଦେଖାଉଥିବା ମଣିଷମାନେ ଉଚିତ୍ ସମାଜରେ ଗୋଟିଏ ନାରୀ ଟିଏ ସମସ୍ତ ଦିଗ ଦେଇ ଗତି କରିଥାଏ । କେତେବେଳେ ମାଆ ରୁପରେ ତ ଆଉ କେତେବେଳେ ଭଗିନୀ ରୁପରେ ,କନ୍ୟା ରୁପରେ ତ ଆଉ କେତେବେଳେ ଅର୍ଦ୍ଧାଙ୍ଗିନୀ ରୁପରେ । ସବୁ କାମରେ ଦୁହେଁ ଅଙ୍ଗାଙ୍ଗି ଭାବେ ଜଡିତ ଥିବାବେଳେ ତଥାପି ଆଜିର ସମାଜରେ ନାରୀଟିଏ ଅବଳା ,ଦୁର୍ବଳା.ନିର୍ଯାତିତ, ନିଷ୍ପେଷିତ,ା ସମାଜରେ ଦିନ କୁ ଦିନ ବଢିଚାଲିଛି ଦୁଷ୍କର୍ମ । ଝିଅ ଟିଏ ଘରୁ ବାହାରିବା ଠାରୁ ଘରେ ପହଂଚିବା ଯାଏଁ ଅସୁରକ୍ଷିତ । ବର୍ତ୍ତମାନ ପ୍ରତି ଘରେ ନାରୀ ର ଇଜ୍ଜତ ଓ ସମ୍ମାନ ଆତ୍ମହତ୍ୟା ଭଳି ସମସ୍ୟା ଉପୁଜାଉଛି । ନାରୀ ପାଇ ଅଙ୍କୁଶ ସହ ଲମ୍ବା ତାଲିକା ରହିଥାଏ । ପୁରା ଦୁନିଆ ଏବେ ଲଜ୍ଜିତ ଓ ବେସାହାର ହୋଇପଡୁଛି । ଅନେକ କୋଣ ଅନୁକୋଣ ଘଟଣା ସାମ୍ନାକୁ ନ ଆସି ଚାପି ହୋଇଯାଉଛି । ସବୁରି ମୁଳରେ ସେହି ଗୋଟିଏ ଶଦ୍ଦ ରହିଛି ନାରୀ ଅବହେଳିତ । କ୍ଷମତାଶୀଳ ଲୋକ ଟଙ୍କା ଫୋପାଡି ନାରୀ ର ଇଜ୍ଜତ ସହ ଖେଳି ଆରାମରେ ଖସି ଯାଇଥାଏ ବିପଦସଙ୍କୁଳ ଅବସ୍ଥାରେ ନାରୀର ଇଜ୍ଜତ .ବର୍ତ୍ତମାନ ସମୟରେ ଶୁଣିଲେ ମଧ୍ୟ ଅବାକ ଲାଗୁଛି ନାରୀ ର ଇଜ୍ଜତ ବନ୍ଧା ପଡିଛି । କିଏ ଏଠି ପ୍ରେମ ଜାଲରେ ଫସାଇ ପ୍ରତିଶୃତି ଦେଇ ଇଜ୍ଜତ ସହ ଖେଳିଦେଉଛି ତ ଆଉ କିଏ ପ୍ରତାରଣାର ଲମ୍ବା ଖେଳ ଖେଳିଚାଲୁଛି । ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ଫକ ମଧ୍ୟ ସ୍ଥାପନା କରାଯାଏ ଓ ପର ମୁହୁର୍ତ୍ତରେ ମିଳେ ପ୍ରତାରଣା ତ ଆଉ କେଉଁଠି ଯୈ÷ାତୁକ ଜୁଇରେ ନବ ବଧୁ ଟିଏ ପୋଡି ମରିଯାଏ । ବିଚାରି ର ଗରିବ ବାପା ଟିଏ ଥାନା କଚେରି ଅନଶନ ହଙ୍ଗାମା କରି ଶେଷରେ ଆତ୍ମହତ୍ୟା କରିଦେଇଥାଏ । ଏଠି ଗୋଟିଏ ପ୍ରଶ୍ନ ଉଠୁଛି ଆଜିର ଉନ୍ମକ୍ତ ଯୁବ ଗୋଷ୍ଠୀ ବିଶ୍ୱାସ ର ବାଲିଘର ଭାଙ୍ଗି ଆଉ କେତେଦିନ ଚାଲିବ.? ଛୋଟ ଶିଶୁ ଠୁ ଆରମ୍ଭ କରି ପ୍ରାପ୍ତ ବୟସ ଯାଏ ସବୁଠି ଗୋଟିଏ ଶଦ୍ଧ ଦୁଷ୍କର୍ମ । ସ୍ୱାଧିନତା ର ଏତେ ବର୍ଷ ପରେ ମଧ୍ୟ ନାରୀ ବିଚ୍ ରାସ୍ତାରେ ଛିଡା ହୋଇ ନାରୀମୁକ୍ତି ଆନେ୍ଦାଳନ ର ସ୍ଲୋଗାନ ଦେଉଛି । ନାରୀ ସୁରକ୍ଷା ପାଇ କେବେ କୋଠର ଆଇନ ହେବ । କେଉଁଦିନ ନୁଆ ସକାଳ ହେବ ତାହା ଦେଖିବାକୁ ବାକି ରହିଲା ..?

LEAVE A REPLY

Please enter your comment!
Please enter your name here

- Advertisment -

Most Popular