spot_img

ରାଜ୍ୟସଭାରେ ଉପସ୍ଥାପିତ ହେଲା କିଷାନ ବିଧେୟକ

ନୂଆଦିଲ୍ଲୀ:ଆଜି ରାଜ୍ୟସଭାରେ ଉପସ୍ଥାପିତ ହେଲା କିଷାନ ବିଧେୟକ ବା ଫାର୍ମ ବିଲ । ଦୁଇ ଦିନ ତଳେ ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି । ମାତ୍ର ଏହି ବିଲକୁ ନେଇ କୃଷକ ନେତାମାନେ ଭୟଙ୍କର ବିରୋଧ କରୁଛନ୍ତି । ସେମାନେ କହିଛନ୍ତି କି ଏହି ବିଲ କୃଷକମାନଙ୍କର ଦୁଃଖର କାରଣ ହେବ । କଣ୍ଟାକ୍ଟ ଫାର୍ମିଂ ବାବଦରେ ଯଦି କିଛି ଅଭିଯୋଗ ଆସେ ତାହେଲେ ଏହା କେବଳ ଜିଲ୍ଲାପାଳଙ୍କ ମାଧ୍ୟମରେ ସମାଧାନ ହୋଇପାରିବ । ଏହି ବିଲ୍ ବିରୋଧରେ ପଞ୍ଜାବ, ହରିଆନା ଓ ମହାରାଷ୍ଟ୍ରର ଚାଷୀ ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ସୂଚନାମୁତାବକ, ରାଜ୍ୟସଭାରେ ମୋଟ ୨୪୫ ଆସନ ମଧ୍ୟରୁ ଏନଡିଏ ମେଣ୍ଟ ପାଖରେ ରହିଛି ୧୦୫ ଆସନ । ଯାହା ମଧ୍ୟରୁ ଅକାଳୀ ଦଳରୁ ରହିଛନ୍ତି ୩ ସାଂସଦ । ସେପଟେ ଏନଡିଏ ପାଖରେ ୧୦୨ ସାଂସଦ ରହିଛନ୍ତି । ଅନ୍ୟପଟେ ଏଆଇଏଡିଏମକେ ର ମୁଖ୍ୟ ବା ତାମିଲନାଡୁର ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ଦଳରେ ରହିଛନ୍ତି ୯ ସାଂସଦ । ଯେଉଁମାନେ କି ବିଲ୍ ସପକ୍ଷରେ ଭୋଟଦେବେ ବୋଲି ଜଣାପଡିଛି । ଏହି ୯ ଜଣ ସାଂସଦ ମିଶିଲେ ଏନଡିଏ ପାଖରେ ୧୧୨ ଆସନ ହେବ । କିନ୍ତୁ ବିଲ୍ ପାରିତ କରିବାକୁ ୧୨୩ ସାଂସଦଙ୍କ ସହମତି ଜରୁରୀ ଥିବା ବେଳେ ଏନଡିଏକୁ ମାତ୍ର ୧୧ ଜଣ ସାଂସଦଙ୍କ ଅଭାବ ରହିଛି । ସେପଟେ ଓଡିଶା ବିଜେଡି ଦଳର ରାଜ୍ୟସଭାରେ ୯ ଜଣ ସାଂସଦ ରହିଛନ୍ତି । ସେମାନେ ଏହି ବିଲ୍ ସପକ୍ଷରେ ଭୋଟ ଦେବେ ବୋଲି ବହୁ ଆଗରୁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏତଦ୍ ବ୍ୟତୀତ ଏନଡିଏକୁ ଏହି ବିଲ ରାଜ୍ୟସଭାରେ ପାରିତ କରିବାକୁ ଆହୁରି ୩ ଜଣ ସାଂସଦଙ୍କ ସହମତି ଆବଶ୍ୟକ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular