spot_img

ସୋସିଆଲ ମିଡିଆରେ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା

ଦିଘା: ହ୍ୱାଟସପ ଏବଂ ଫେସବୁକରେ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ । ସୋସିଆଲ ମିଡିଆ ଜରିଆରେ ଏହି ଯୁବକ ଜଣଙ୍କ ଯୁବତୀଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ତିନି ଜଣ ଯୁବତୀ ମିଶିି ଯୁବକକୁ ନିର୍ଧୁମ ଛେଚି ଛନ୍ତି । ସୂଚନା ଅୂନୁସାରେ, ବାଲେଶ୍ୱର ଅଞ୍ଚଳ ଦିଘାରେ ଏହି ଯୁବକ ଜଣକ କାମ କରୁଥିଲେ । ଫେସବୁକରୁ ନମ୍ବର ଆଣି ହ୍ୱାଟସପ୍ ରେ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣକ ଏଥିରେ ରାଜି ନ ହେବାରୁ ଉକ୍ତ ଯୁବକ ତାଙ୍କୁ ଦୁର୍ବ୍ୟବ୍ୟବହାର କରି ଆସୁଥିଲା । ଶେଷରେ ଯୁବତୀ ଜଣକ ନିଜ ସାଙ୍ଗ ମାନଙ୍କ ସହିତ ଜଳେଶ୍ୱର ଆସି ଉକ୍ତ ଯୁବକକୁ ଦିଘାରୁ ଡକାଇ ନିର୍ଧୁମ ଛେଚି ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular