ଦୁବାଇ: ଆଇପିଏଲ ୧୩ର ଦ୍ୱିତୀୟ ଦିବସରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ କିଙ୍ଗସ ଏକାଦଶ ପଞ୍ଜାବ । ମ୍ୟାଚ ଆରମ୍ଭ ହେବାର କିଛି ସମୟ ପୂର୍ବର ଅଭ୍ୟାସ ମ୍ୟାଚରେ ଦିଲ୍ଲୀର ଦ୍ରୁତତମ ବୋଲର ଇଶାନ୍ତ ଶର୍ମା ଆହତ ହୋଇଛନ୍ତି । ଆହତ ହୋଇଥିବାରୁ ସେ ଆଜିର ମ୍ୟାଚ ଖେଳି ପାରିବେ ନାହିଁ । ଏବେ ଇଶାନ୍ତ ଆଗାମୀ ଆଇପିଏଲ ମ୍ୟାଚ ଖେଳିବାକୁ ନେଇ ପ୍ରଶ୍ନ ଉଠୁଛି । ସୂଚନା ଅନୁସାରେ, ଅଭ୍ୟାସ ମ୍ୟାଚରେ ଇଶାନ୍ତଙ୍କ ବ୍ୟାକ ଇଞ୍ଜୁରୀ ହୋଇଛି । ଦିଲ୍ଳୀ କ୍ୟାପିଟାଲ୍ସର ମୁଖ୍ୟ ଦ୍ରୁତତମ ବୋଲଙ୍କ ମଧ୍ୟରୁ ଇଶାନ୍ତ ଅନ୍ୟତମ । ଅନ୍ୟପଟେ ୩୨ ବର୍ଷୀୟ ଇଶାନ୍ତ ଲଗାତାର ଆହତ ହୋଉଥିବାରୁ ସେ ଟିମ ଇଣ୍ଡିଆର ଅଧିକାଂଶ ମ୍ୟାଚ ଖେଳିବାରୁ ବ୍ୟଞ୍ଚିତ ହୁଅନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0