spot_img

ଆଇସିୟୁରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନ

ନୂଆଦିଲ୍ଲ: ଆଇସିୟୁରେ ଭର୍ତ୍ତି ହେଲେ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପଶୱାନ । କେନ୍ଦ୍ରମନ୍ତ୍ରୀ ପାଶୱାନ ଗତ ଅଗଷ୍ଟ ୨୪ ତାରିଖରେ ରୁଟିନ ଚେକଅପ ପାଇଁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଜି ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି । ଆଗକୁ ବିହାର ନିର୍ବାଚନ ଆସୁଛି । ତେଣୁ ଆସନ ବୁଝାମଣା ନେଇ ଏବେ କୌଣସି କଥାବାର୍ତ୍ତା କରିବା ସମ୍ଭବ ନୁହେଁ ବୋଲି ତାଙ୍କ ପୁଅ ଚିରାଗ ପାର୍ଟିକୁ ଏକ ପତ୍ର ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ, ରାମ ବିଳାଶ ପାଶୱାନ ହେଉଛନ୍ତି ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ତଥା କେନ୍ଦ୍ର ସରକାରଙ୍କ ଖାଉଟି ଓ ଖାଦ୍ୟ ଯୋଗାଣ କ୍ୟାବିନେଟ ମନ୍ତ୍ରୀ । କିଛିଦିନ ତଳେ ତାଙ୍କ ଦେହ ଖରାପ ହେବାରୁ ସେ ଚେକଅପ ପାଇଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହିଭଳି ସମୟରେ ତାଙ୍କ ପୁଅ ଚିରାଗ ବାପାଙ୍କ ପାଖରେ ରହୁଥିବାରୁ ଆସନ ବୁଝାମଣାକୁ ଘୁଞ୍ଚାଇବାକୁ ସେ ପାର୍ଟିକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular