ନୂଆଦିଲ୍ଳୀ: ସାରା ଦୁନିଆରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଇତି ମଧ୍ୟରେ କରୋନା ମହାମାରୀ ସଙ୍କଟ କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରଭାବିତ କରିବାରେ ଲାଗିଛି । ଭାରତରେ ଆସନ୍ତା ୨୦୨୧ରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଘୁଞ୍ଚିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ସୂଚନା ଅନୁସାରେ, କରୋନା ମହାମାରୀ ପାଇଁ ଫିଫା ବିଶ୍ୱକପ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ନିଷ୍ପତି ନିଆଯାଇଥିଲା । ଫିଫା ବିଶ୍ୱକପ ଆୟୋଜକ ଭାରତରେ ମୋଟ ୧୬ଟି ଦେଶର କ୍ରୀଡ଼ାବିତ ଅଂଶଗ୍ରହଣ କରିବେ । ଉତ୍ତର କେନ୍ଦ୍ରୀୟ ଆମେରିକା ଏବଂ କାରିବିୟାନ, ଓସେନିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ଦେଶରେ ଦଳ ଗୁଡ଼ିକ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ହୋଇପରୁନାହିଁ । ଫଳରେ ନିର୍ଦ୍ଧାରିତ ସମୟରେ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0