ଆଜିକାଲି ଅଧିକାଂଶ ଲୋକ ଥାଇରଏଡ୍ ସମସ୍ୟାରେ ପିଡୀତ । ଏହି ରୋଗରେ ଓଜନ ବଢିବା-କମିବା ଏବଂ ହର୍ମୋନ ଅସନ୍ତୁଳନ ମଧ୍ୟ ହୋଇଥାଏ । ଏହି ସମ୍ବନ୍ଧରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁଯାୟୀ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ୧୦ ଗୁଣା ଅଧିକା ଥାଇରଏଡ୍ ସମସ୍ୟା ଦେଖାଯାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, କାର୍ଯ୍ୟ କରିବା ପାଇଁ ଶରୀରରେ ଥାଇରଏଡ୍ ହର୍ମୋନର ଆବଶ୍ୟକତା ପଡିଥାଏ କିନ୍ତୁ ଏଥିରେ ଅସନ୍ତୁଳନ ହେବା ସମସ୍ୟାର କାରଣ ହୋଇଥାଏ ।
ଥାଇରଏଡ୍ ସମସ୍ୟାର ସବୁଠାରୁ ସାଧାରଣ କାରଣ ହେଉଛି ଆଟୋମୁ୍ୟନୁ୍ୟନ ଥାଇରଏଡ୍ ରୋଗ । ଏହା ବଂଶାନୁଗତ ରୋଗ, ଯେଉଁଥିରେ ପ୍ରତିରକ୍ଷା ପ୍ରଣାଳୀ ଆଣ୍ଟିବଡି ଉତ୍ପନ୍ନ କରିଥାଏ ଏବଂ ଥାଇରଏଡ୍ ଗ୍ରନ୍ଥିକୁ ଅଧିକ ହର୍ମୋନ କରିବାରେ ଉତ୍ତେଜିତ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ଏବଂ ଘରୋଇ ଉପଚାର ବିଷୟରେ ।
ଥାଇରଏଡ୍ ୨ ପ୍ରକାର ହୋଇଥାଏ । ପ୍ରଥମେ ଜାଣିବା ହାଇପରଥାୟରାୟଡିଜ୍ମର ଲକ୍ଷଣ
ଥାଇରଏଡ୍ ହେବା ଦ୍ୱାରା ଓଜନ କମିବା ସହ ହାତ ଥରିବା ଭଳି ସମସ୍ୟା ଦେଖାଯାଇଥାଏ । ଏଥିସହ ଅତ୍ୟଧିକ ଝାଳ ବାହାରିବା, ସଠିକ ଭାବେ ନିଦ ନହେବା ଏବଂ ଦୁର୍ବଳ ଲାଗିବା ଭଳି ସମସ୍ୟା ଦେଖାଯାଇଥାଏ ।
ଦ୍ୱିତୀୟ ହାଇପୋଥାୟରାୟଡିଜ୍ମର ଲକ୍ଷଣ:
କାମରେ ଦୁର୍ବଳ ଲାଗିବା, ଥଣ୍ଡା ଲାଗିବା ଏବଂ ତ୍ୱଚା ଶୁଷ୍କ ହୋଇଥାଏ । ସେହିଭଳି ମହିଳାମାନଙ୍କ ପାଖରେ ଅନିମିୟତ ମାନସିକ ଚାପ ଏବଂ ଇନ୍ଫର୍ଟିଲିଟିର ଲକ୍ଷଣ ଆଦି ହୋଇଥାଏ ।
ଜାଣନ୍ତୁ ଏହାର ଘରୋଇ ଉପଚାର:
ଅଦାରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ଆଦି ଥାଇରଏଡର ସମସ୍ୟାରୁ ରକ୍ଷା କରିଥାଏ । ଅଦାରେ ଆଣ୍ଟି-ଇଫ୍ଲୋମେଟରି ଗୁଣ ରହିଥାଏ, ଯାହା ଥାଇରଏଡ୍ ସମସ୍ୟା ରୋକିବାରେ ସାହାଯ୍ୟ କରିଥାଏ ।
ଥାଇରଏଡ୍ ସମସ୍ୟାରେ ଗତି କରୁଥିବା ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ଦହି ଏବଂ କ୍ଷୀରର ବ୍ୟବହାର କରିବା ପାଇଁ କୁହାଯାଇଥାଏ । କ୍ଷୀର ଏବଂ ଦହିରେ ଥିବା କ୍ୟାଲସିୟମ, ମିନେରାଲ୍ସ ଏବଂ ଭିଟାମିନ ଥାଇରଏଡ୍ ଗ୍ରସ୍ତ ଲୋକଙ୍କୁ ସୁସ୍ଥ ରଖିଥାଏ ।
ନଡ଼ିଆ ତେଲରେ ଫ୍ୟାଟି ଏସିଡି ରହିଥାଏ, ଯାହା ଥାଇରଏଡ୍ ଗ୍ରନ୍ଥିକୁ ସଠିକ ରୂପେ କାମ କରିବାରେ ସାହାଯ୍ୟ କରିଥାଏ ।
ନଡିଆ ତେଲର ସନ୍ତୁଳିତ ଉପଯୋଗ ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଶରୀରରେ ମେଟାବଲିଜମ୍ ବୃଦ୍ଧି କରିବା ସହ ଶରୀରର ତାପମାନକୁ ସନ୍ତୁଳିତ କରିଥାଏ ।
ସେହିଭଳି ଗହମରେ ପ୍ରସ୍ତୁତ ଖାଦ୍ୟ ସେବନ କରିବା ଦ୍ୱାରା ଥାଇରଏଡ୍ ସମସ୍ୟା ଦେଖାଯାଇନଥାଏ । ଏଥିସହ ଗହମ ଜ୍ୱର, ସାଇନସ୍, ଉଚ୍ଚରକ୍ତଚାପ ଏବଂ ରକ୍ତର ଅଭାବ ସମସ୍ୟା ଠିକ୍ କରିବାରେ ସାହାଯ୍ୟ କରିଥାଏ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0