ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜିଠୁ ଖୋଲିଛି ସ୍କୁଲ । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ଏଥିପାଇଁ ନିୟମାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର । କେବଳ କଣ୍ଟେନମେଣ୍ଟ ଜୋନରେ ଥିବା ସ୍କୁଲ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । ତେବେ ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ନ ଆସିବା ନିଷ୍ପତ୍ତି ଅଭିଭାବକଙ୍କ ହାତରେ ଛଡାଯାଇଛି । ସେହିପରି ସ୍କୁଲକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି । ସେହିପରି ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ,ଗୁଜୁରାଟ ଓ ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟରେ ମଧ୍ୟ ସ୍କୁଲ ଖୋଲିବା ଉପରରେ କଟକଣା ଜାରି ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0