spot_img

ରାଜ୍ୟସଭାରେ ହଙ୍ଗାମା ଘଟଣା: ୮ଜଣ ସାଂସଦ ନିଲମ୍ବିତ

ନୂଆଦିଳ୍ଲୀ: ରାଜ୍ୟସଭାରେ ରବିବାର ଦିନ କୃଷି ବିଲ ଉପରେ ଚର୍ଚ୍ଚା ସମୟରେ ବିରୋଧି ଦଳର ନେତା ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ । ଏହି ଘଟଣାରେ ରାଜ୍ୟସଭାର ସଭାପିତ ଏମ ଭେଙ୍କେୟା ନାଇଡ଼ୁ ଦୁଖଃ ପ୍ରକାଶ କରିଥିଲେ । ଗୃହରେ ହଙ୍ଗାମା କରିଥିବା ୮ ଜଣ ସାଂସଦଙ୍କୁ ଆଗାମୀ ସତ୍ର ପାଇଁ ନିଲମ୍ବତ କରିଛନ୍ତି । ସଭାପତି ସୋମବାର ଦିନ କହିଛନ୍ତି, କାଲି ଦିନଟି ରାଜ୍ୟସଭା ପାଇଁ ବହୁତ ଖରାପ ଦିନ ଥିଲା । ଗୃହ ମଧ୍ୟରେ କିଛି ସଦସ୍ୟ ବେଲ ପର୍ଯ୍ୟନ୍ତ ଆସିଯାଇଥିଲେ ତାହା ସହିତ ଉପସଭାପତିଙ୍କ ସହିତ ଧକ୍କାଧକ୍କି ମଧ୍ୟ କରିଥିଲେ । କିଛି ସାଂସଦ ପେପର ମଧ୍ୟ ଚିରି ଦେଇଥିଲେ । ନିୟମାବଳୀ ପତ୍ରକୁ ମଧ୍ୟ ଫିଙ୍ଗି ଦିଆଯାଇଥିଲା । ଉପ ସଭାପତିଙ୍କୁ ଧମକ ଦେବା ସହିତ ତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଛି, ଏହି ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖି ବୋଲି ସଭାପତି ଏମ ଭେଙ୍କେୟା ନାଇଡ଼ୁ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ସଭାପୀତି ବିରୋଧି ଦଳର ୮ଜଣ ସାଂସଦଙ୍କୁ ନିଲମ୍ବିତ କରିଦେଇଛନ୍ତି । ନିଲମ୍ବିତ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ଡ଼େରେକ ଓ ବ୍ରାୟନ, ସଂଜୟ ସିଂହ, ରିପୁନ ବୋରା, ସୈୟେଦ ନଜୀର ହୁସେନ, କେକେ ରାଗେଶ, ଏ କରିମ, ରାଜୀବ ସାଟବ ଓ ଡ଼ୋଲା ସେନ ଅଛନ୍ତି । ଉପ ସଭାପତିଙ୍କ ଉପରେ ବିରୋଧି ନେତା ଆଣିଥିବା ଅବିଶ୍ୱାସ ପ୍ରସ୍ଥାବ ନିୟମ ଅନୁଯାୟୀ ଠିକ ନୁହେଁ ବୋଲି ସଭାପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular