ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାରେ କିଛି ଦିନ ତଳେ ସାମିଲ ହୋଇଥିଲା ବିଶାଳ ଯୁଦ୍ଧ ବିମାନ ରାଫେଲ । ଏହି ରାଫେଲକୁ ବାୟୁସେନାର ୧୭ତମ ସ୍କ୍ୱାଡ଼୍ରନରେ ଅର୍ନ୍ତଭୁକ୍ତ କରାଯାଇଛି । ତେବେ ଏହି ଯୁଦ୍ଧ ବିମାନକୁ ଉଡ଼ାଇବେ ମହିଳା ପାଇଲଟ । ଏଥିପାଇଁ ବାୟୁସେନାର ୧୦ଜଣ ମହିଳା ପାଇଲଟଙ୍କୁ ତାଲିମ ଦିଆଯାଉଛି । ଏହି ୧୦ଜଣଙ୍କ ମଧ୍ୟରୁ ଜଣେ ମହିଳା ପାଇଲଟଙ୍କୁ ରାଫେଲ ଯୁଦ୍ଧ ବିମାନ ଉଡ଼ାଇବାକୁ ଚୟନ କରାଯିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଯେଉଁ ୧୦ଜଣ ମହିଳା ପାଇଲଟଙ୍କୁ ତାଲିମ ଦିଆଯାଉଛି । ସେମାନେ ବର୍ତ୍ତମାନ ମିଗ-୨୧ରେ ନିୟୋଜିତ ଅଛନ୍ତି । ତେବେ ଏହି ମିଗ-୨୧ ଏବଂ ରାଫେଲ ଯୂଦ୍ଧ ବିମାନ ଉଡ଼ାଇବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ତେଣୁ ଏଥିପାଇଁ ଏମାନଙ୍କୁ ତାଲିମ ଦିଆଯାଉଛି ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ଆମ୍ବାଲା ଏୟାର ବେସରେ ଏହି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0