କଟକ: କଟକ ଜଗତପୁରର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲର ICU ରେ ଘଟିଛି ଅଗ୍ନିକାଣ୍ଡ । କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଅସ୍ପଷ୍ଟ ରହିଛି । ତେବେ ସଟସର୍କିଟ ଯୋଗୁଁ ନିଆଁ ଳାଗିଥିବା ସନେ୍ଦହ କରାଯାଉଛି । ଖବର ପାଇ ଦୁଇ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଚିଫ୍ ଫାୟାର ଅଫିସର ଶ୍ରୀକାନ୍ତ ସେଠୀ କହିଛନ୍ତି ଯେ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି । ହସ୍ପିଟାଲରେ ଥିବା ୧୨୭ଜଣ କୋରନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ କରୋନା ଆକ୍ରାନ୍ତଙ୍କୁ କଟକର ୧୨ଟି ଆମ୍ବୁଳାନ୍ସ ଯୋଗେ ଅନ୍ୟ ହସ୍ପିଟାଲକୁ ପଠାଇବା କାମ ଆରମ୍ଭ ହୋଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0