spot_img

କେନ୍ଦୁଝରରେ ଚିନ୍ତା ବଢାଉଛି ହାତୀ ସୁରକ୍ଷା

କେନ୍ଦୁଝର: କେନ୍ଦୁଝର ସହରରେ ଚିନ୍ତା ବଢାଉଛି ହାତୀ ସୁରକ୍ଷା । ରାଜ୍ୟରେ ସରକାରଙ୍କ ଘୋଷିତ ୧୪ଟି ହାତୀ ଚଳାପଥ ଥିବାବେଳେ ବର୍ତ୍ତମାନ କେନ୍ଦୁଝରରେ ରହିଛି ୨ଟି । ହାତୀ ଚଲାପଥ ଅଞ୍ଚଳରେ ଗଛ କଟା, ଜଙ୍ଗଲ ନଷ୍ଟ, ରାସ୍ତା ନିର୍ମାଣ ଓ ରେଳପଥ ଯାଇପାରିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଥିଲା । କିନ୍ତୁ କେନ୍ଦୁଝର ଜିଲ୍ଲା ତେଲକୋଇ ପାଲହଡ଼ା କରିଡର ଅଞ୍ଚଳରେ ଆଇନକୁ ଖୋଲା ଖୋଲି ଭାବରେ ଉଲ୍ଳଘଂନ କରାଯାଉଥିବାର ଅଭିଯୋଗ ଆସିଥିଲା । ତେଣୁ ଏନେଇ ଓଡ଼ିଶା ବନ୍ୟପ୍ରାଣୀ ସଂଗଠନ ପକ୍ଷରୁ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା । ୬ ଫୁଟ ଉଚ୍ଚର ରାସ୍ତା ନିର୍ମାଣ କାରଣରୁ ଏହି ଚଳାପଥ ନଷ୍ଟ ହେବାକୁ ବସିଲାଣି । ଅନ୍ୟପଟେ ଏହାକୁ ନେଇ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦୁଝର ଡ଼ିଏଫଓଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular