ଆଜି ଭୋର ୩ଟା ୪୫ ମିନିଟ୍ରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିଫ୍ୱାଣ୍ତକେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା ।ପ୍ରଥମେ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯାହାଦ୍ୱାରା ମୃତୁ୍ୟସଂଖ୍ୟା ୧୦ରେ ପହଂଚିଛି । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ବର୍ତ୍ତମାନ ସୁଦ୍ଧା ଭଙ୍ଗା କୋଠରୀ ଭଗ୍ନସ୍ତୁପ ତଳୁ ୧୦ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳ ବାହାର କରିଛନ୍ତି । ସେହିପରି ଭଗ୍ନସ୍ତ୍ୁପ ତଳୁ ୨୦ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ଏବେ ବି ଅନେକ ଲୋକ ଭଗ୍ନସ୍ତୁପ ତଳେ ଫସି ରହିଥିବା ଜଣା ପଡିଛି । ଘଟଣା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଜାଣିବା ପରେ ଶୋକ ପ୍ରକାଶ କରିବା ସହ ଟୁଇଟ କରି ମହାରାଷ୍ଟ୍ରର ଭିଫ୍ୱାଣ୍ତରେ କୋଠା ଭୁଶୁଡିବା ଘଟଣା ବିଷୟରେ ଜାଣି ମୁଁ ଦୁଖିତ । ଶୋକ ସନ୍ତପ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି । ଆହତମାନଙ୍କ ଶିଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଉଦ୍ଦାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0