spot_img

ତାମିଲ ବିମାନ ଦୁର୍ଘଟଣା ଗ୍ରସ୍ତ: ଜଣେ ପାଇଲଟ ମୃତ

ଲକ୍ଷ୍ନୌ: ସୋମବାର ଦିନ ଏକ ତାଲିମ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟରା ଘଟିଛି ଉତ୍ତର ପ୍ରଦେଶ ଆଜମଗଡ଼ ଜିଲ୍ଲା ସରାଇମିର ଥାନା ଅର୍ନ୍ତଗତ ସେଣ୍ଟରୱା ଖୈରୁଦ୍ଦିନପୁର ଅଞ୍ଚଳରେ । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଏହି ଦୁର୍ଘଟଣାରେ ବିମାନର ପାଇଲଟଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ପାଇଲଟ ମାନଙ୍କୁ ତାଲିମ ଦେବାପାଇଁ ଏହି ବିମାନ ବ୍ୟବହୃତ ହୋଇଥାଏ । ସୋମବାର ଦିନ ପୂର୍ବାହ୍ନ ପ୍ରାୟ ୧୧.୩୦ ମିନିଟରେ ବିମାନଟି ହଠାତ ଆକାଶରୁ ଖସି ବିଲରେ ପଡ଼ିଯାଇଥିଲା । ବିଲରେ ପଡ଼ିବା ଫଳରେ ଏହି ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏହା ଆମେଠି ସ୍ଥିତ କେନ୍ଦ୍ର ସରକାରଙ୍କ ପରିଚାଳିତ ବିମାନ ଉଡ଼ାନ ତାଲିମ ପ୍ରତିଷ୍ଠାନ ‘ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡ଼ାଣ ଏକାଡ଼େମୀ’ର ବିମାନ ଅଟେ । ଏହି ସୂଚନା ପାଇବା ପରେ ରିଲିଫ ଓ ଉଦ୍ଦାର କାର୍ଯ୍ୟ ନିମନ୍ତେ ପୁଲିସ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular