ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ମିଶନ ପାଇଁ ଟାଟା କମ୍ପାନୀର ପୂର୍ବତନ କର୍ମଚାରୀଙ୍କ ଦ୍ୱାରା ପି.ଏମ. ମୋଦୀଙ୍କ ସଂସଦୀୟ କ୍ଷେତ୍ର ବନାରସରେ ଭାରତର ପ୍ରଥମ ସ୍ୱଦେଶୀ ବ୍ରାଉଜର ଲଞ୍ଚ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଆଇସି ବ୍ରାଉଜର ଆପ ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଡ଼ାଉନଲୋଡ଼ କରିସାରିଲେଣି । ଏହି ଆଇସି ବ୍ରାଉଜର ଚୀନର ୟୁସି ବ୍ରାଉଜର ଆପ ଠାରୁ ଅଧିକ ଭାରତୀୟଙ୍କ ପସନ୍ଦ ହିସାବରେ ଲଞ୍ଚ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଇସି ବ୍ରାଉଜର ଆପକୁ ସପ୍ଟୋଓୟାର ଇଞ୍ଜିନିୟର ଅର୍ପିତ ସେଠ ବନାଇଛନ୍ତି ଯିଏକି ମଲ୍ଟିନେଶନାଲ କମ୍ପାନୀ ଟିସିଏସ ରେ ବହୁ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ଅର୍ପିତଙ୍କ କହିବା ଅନୁଯାୟୀ, ଚୀନ ଆପରେ ଭାରତର ଡ଼ାଟା ଚୋରି ହେବା ଘଟଣାକୁ ରୋକିବା ପାଇଁ ଆଇସି ବ୍ରାଉଜର ତିଆରି କରାଯାଇଛି । ଏହାର ସର୍ଭର ଭାରତରେ ରହିଥିବାରୁ ଏଥିରୁ ଡ଼ାଟା ଚୋରି ହେବାର କୌଣସି ଭୟ ନାହିଁ । ଏହି ଆପ ଲଞ୍ଚ ହେବାର ଅଧା ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଏହି ଆପକୁ ଡ଼ାଉନଲୋଡ଼ କରିସାରିଲେଣି, ଏହା ଆମ ପାଇଁ ଏକ ଗର୍ବର ବିଷୟ । ଏହି ଆପର ସବୁଠାରୁ ବିଶେଷତା ହେଉଛି, ଏହା କୌଣସି ଡ଼ାଟା ଷ୍ଟୋର କରି ରଖେ ନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0