ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ବଡ଼ ବୟାନର ଖୁଲାସା ହୋଇଛି। ଗିରଫ ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ ପଚରାଉଚରା ବେଳେ ରିୟା ସୁଶାନ୍ତଙ୍କ ଘରୁ ବାହାରିବାର ପ୍ରକୃତ କାରଣ ଦର୍ଶାଇଥିଲେ। ରିୟା କାହିଁକି ଜୁନ୍ ୮ରେ ସୁଶାନ୍ତଙ୍କ ଘରୁ ବାହାରିଥିଲେ ସେ ନେଇ ସେ ଏନସିବିକୁ ଜଣାଇଥିଲେ। ଜାତୀୟ ଗଣମାଧ୍ୟମ ଆଜ୍ ତକ୍ ଏନସିବି ଏବଂ ରିୟାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ସ୍ୱତନ୍ତ୍ର ଟ୍ରାନ୍ସକ୍ରିପସନ୍ ଗ୍ରହଣ କରିଥିବା ଦାବି କରି ଏଭଳି ଖବର ପ୍ରକାଶ କରିଛି, ଯେଉଁଥିରେ ରିୟା ସୁଶାନ୍ତଙ୍କଠାରୁ ଅଲଗା ହେବାର କାରଣ ଦର୍ଶାଇଛନ୍ତି।
ଏନସିବିକୁ ଦିଆଯାଇଥିବା ବିବୃତ୍ତିରେ ରିୟା କହିଛନ୍ତି ଯେ, ସୁଶାନ୍ତ ନିଶାଗ୍ରସ୍ତ ହୋଇସାରିଥିଲେ ଏବଂ ସେ ଏଥିରୁ ବାହାରି ପାରିବେ ନାହିଁ ବୋଲି ମୁଁ ଜାଣି ସାରିଥିଲି। ଲକଡାଉନ୍ ଏବଂ ସୁଶାନ୍ତ ଉପରେ ଲାଗିଥିବା ମି ଠୁ ଅଭିଯୋଗକୁ ଧ୍ୟାନରେ ରଖି ମୋ କ୍ୟାରିଅର୍ ନଷ୍ଟ ହୋଇଯିବ ବୋଲି ଭାବି ମୁଁ ସୁଶାନ୍ତଙ୍କ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲି। ସୁଶାନ୍ତ ୧୦-୨୦ କ୍ୟୁରେଟେଡ୍ ଗଞ୍ଜେଇ ନେଉଥିଲେ। ମି ଠୁ ଅଭିଯୋଗ ହେତୁ ସୁଶାନ୍ତ ଅଧିକରୁ ଅଧିକ ନିଶା ସେବନ କରିଥିଲେ ଏବଂ ସେ ଲକଡାଉନରେ ନିଶାଗ୍ରସ୍ତ ହୋଇଯାଇଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0