ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡର ବିଜାପୁର ଜିଲ୍ଲାରେ ପୋଲ ତଳକୁ ଖସିଲା ଯବାନଙ୍କ ବସ୍ । ନକ୍ସଲ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ଏଭଳି ଅଘଟଣା ଘଟିଥିବାର ଜଣାଯାଇଛି । ସୂଚନା ଅନୁସାରେ, ଡିଆରଜିର ଯବାନମାନେ ଗତ ତିନି ଦିନ ହେଲା ବିଜାପୁର ଜିଲ୍ଳା ଉରେପାଲ ଓ ମିରତୁଲ ଜଙ୍ଗଲକୁ କମ୍ବିଂ ଅପରେସନରେ ଯାଇଥିଲେ । ଫେରିବା ବାଟରେ ମିରତୁର ନଦୀ ଉପରେ ୩ରୁ ୪ଫୁଟର ପାଣି ପ୍ରବାହିତ ହେଉଥିବାରୁ ବସଟି ଭାରସାମ୍ୟ ହରାଇ ପୋଲ ତଳକୁ କସି ଯାଇଥିଲା । ଘଟଣାସ୍ଥଳରୁ ସବୁ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0