ନୂଆଦିଲ୍ଲୀ: କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ ଟର୍ନରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । କାନାଡ଼ା ଟିଭି ଚ୍ୟାନେଲରେ ପ୍ରସାରିତ ଏକ ସମ୍ବାଦ ଅନୁସାରେ ଶୁକ୍ରବାର ରାତିରେ ଜନ ଟର୍ନର ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଉଲ୍ଲେଖଯୋଗ୍ୟ, ସେ ଦେଶର ୧୩ତମ ପ୍ରଧାନମନ୍ତ୍ରୀ ରୂପେ ୧୯୮୪ ମସିହାରେ ଶପଥ ନେଇଥିଲେ । ଟର୍ନର ଇଂଲଣ୍ଡରେ ଜନ୍ମ ହୋଇଥିଲେ ଏବଂ ପିଲାବେଳୁ ସେ କାନାଡ଼ାରେ ରହି ବଡ଼ ହୋଇଥିଲେ । ଟର୍ନରଙ୍କ ରାଜନୈତିକ କ୍ୟାରିୟରରେ ୧୯୬୮ରୁ ୧୯୭୫ ମଧ୍ୟରେ ପ୍ରଧାନମନ୍ତ୍ରୀ ପିୟର ଟୁଡ଼େଙ୍କ ନେତୃତ୍ୱରେ ନ୍ୟାୟ ମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀ ଥିଲେ । ଏହା ସହିତ ଅନ୍ୟ କେତେକ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ୧୯୬୨ ମସିହାରେ ସେ କାନାଡ଼ାର ରାଜନୀତିରେ ପ୍ରବେଶ କରିଥିଲେ । କାନାଡ଼ା ରାଜନୀତିରେ ଟର୍ନର ଦ୍ୱିତୀୟ ସବୁଠାରୁ କମ କାର୍ଯ୍ୟକାଳ ୭୯ ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0