ଲକ୍ଷ୍ନୌ: ଉତ୍ତର ପ୍ରଦେଶକୁ ଔଦ୍ୟଗିକ ସହର ବନାଇବା ପାଇଁ ମହାଭିଜାନ ଆରମ୍ଭ ହୋଇଯାଇଛି ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟରେ ନିବେଶ ପାଇଁ ଉତ୍ତମ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଗତ ୩ ବର୍ଷ ମଧ୍ୟରେ ବହୁତ କିଛି ବଦଳିଛି । ଏହି ବଦଳିବାର ପ୍ରକ୍ରିୟା ଜାରି ରହିବ । ଉତ୍ତମ କାନୁନ ବ୍ୟବସ୍ଥା, ସମସ୍ତ ମହତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ନୂଆ ଔଦ୍ୟଗିକ ନୀତିର ଫଳ ହେଉଛି ରାଷ୍ଟ୍ରୀୟ ସ୍ତରରେ ବିଜନେସର ର୍ୟାଙ୍କିଙ୍ଗରେ ୧୨ ନମ୍ବରରୁ ୨ ନମ୍ବର ପର୍ଯ୍ୟନ୍ତ ଆସିସାରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ଉଚ୍ଚ ସ୍ତରୀୟ ପ୍ରାଧିକୃତ ସମିତିର ବୈଠକରେ ଏହି ସୂଚନା ଦେଇଛନ୍ତି । ଫବକି, ଏସୋଚୈମ, ସିଆଇଆଇ, ଲଘୁ ଉଦ୍ୟୋଗ ଭାରତୀ ଓ ଆଇଆଇଏ ପରି ଔଦ୍ୟଗିକ ସଂଗଠନର ପ୍ରମୁଖମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଉତ୍ତର ପ୍ରଦେଶକୁ ଔଦ୍ୟଗିକ ସହର କରିବାର ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ମେନୁଫେକଚରିଂ, ଆଇଟି, ପର୍ଯ୍ୟଟନ ଓ ଫିଲ୍ମ ଆଦି କ୍ଷେତ୍ରରେ ଉତ୍ତର ପ୍ରଦେଶରେ ପାରମ୍ପରିକ ନିବେଶକଙ୍କ ଅବସରରେ ଅତିରିକ୍ତ ସୌର ଶକ୍ତି,ଜୈବ ଇନ୍ଧନ ଓ ନାଗରିକ ଉନ୍ନୟନରେ ଉପଲବ୍ଧ ଅସୀମ ସମ୍ଭାବନାକୁ ପ୍ରତ୍ସାହିତ କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0