ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୯୬ ଜଣ କରୋନା ଆକ୍ରାନ୍ତଙ୍କ ସମେତ ଆଜି ରାଜ୍ୟରୁ ୩ ହଜାର ୭୦୪ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୯ ହଜାର ୩୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨ୟ ସର୍ବାଧିକ ଭାବେ ୩୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୨୫୬ ଜଣ, ଝାରସୁଗୁଡ଼ା ଜିଲ୍ଳାରୁ ୧୫୧ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୭ ଜଣ, ବଲାଙ୍ଗୀର, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୬ ଜଣ ଲେଖାଏଁ, ବରଗଡ଼ ଜିଲ୍ଲାରୁ ୧୩୨ ଜଣ, ମୟୂରଭଂଜ, ନବରଙ୍ଗପୁର ଜିଲ୍ଲାରୁ ୧୨୦ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୧୩ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୧୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ସେହିପରି କୋରାପୁଟ ଜିଲ୍ଲାରୁ ୯୯ ଜଣ, ରାୟଗଡ଼ା ଜିଲ୍ଲାରୁ ୯୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୦ ଜଣ, କନ୍ଧମାଳ ଜିଲ୍ଲାରୁ ୮୫ ଜଣ, ଭଦ୍ରକ ଜିଲ୍ଲାରୁ ୭୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୩ ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୬୫ ଜଣ, ଗଂଜାମ ଜିଲ୍ଲାରୁ ୫୫ ଜଣ, ବୌଦ୍ଧ ଜିଲ୍ଲାରୁ ୫୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୯ ଜଣ, ନୟାଗଡ଼ ଜିଲ୍ଲାରୁ ୩୬ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୨୭ ଜଣ, ଦେବଗଡ଼ ଜିଲ୍ଲାରୁ ୨୩ ଜଣ, ଅନୁଗୁଳ, ଗଜପତି ଜିଲ୍ଲାରୁ ୨୨ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୧୧ ଜଣ ଓ ରାଜ୍ୟ ପୁଲରୁ ୧୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0