କଟକ : କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ବିଚାର ପ୍ରକ୍ରିୟା । ମାର୍ଚ୍ଚ ଶେଷ ସପ୍ତାହରୁ ସାରାରାଜ୍ୟରେ ଅଦାଲତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତବର୍ଷ ସୁଦ୍ଧା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ମାମଲା ବିଚାରାଧୀନ ଥିବାବେଳେ ଏବେ ଏହା ବଢ଼ି ୧ ଲକ୍ଷ ୬୬ ହଜାରରେ ପହଞ୍ଚିଛି। ହାଇକୋର୍ଟରେ ସ୍ବାଭାବିକ କାର୍ଯ୍ୟ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସେପ୍ଟେମ୍ବର ୧୬ରେ ଘୋଷଣା କରାଯାଇଥିଲା। ହାଇକୋର୍ଟ କାର୍ଯ୍ୟାଳୟରେ କେତେ ଜଣ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ପରିସର ସଂପୂର୍ଣ୍ଣ ସାନିଟାଇଜ ପାଇଁ ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ପାଇଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେବା ଦ୍ବାରା ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ହାଇକୋର୍ଟ ୱେବସାଇଟ ତଥ୍ୟ ଅନୁସାରେ, ୨୦୧୯, ଡିସେମ୍ବର ୩୧ ତାରିଖ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୫୦ ହଜାର ୬୩୭ଟି ମାମଲା ବିଚାରାଧୀନ ଥିଲା। ଏବେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୬୬ ହଜାରରୁ ଅଧିକ ରହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0