spot_img

ରବି ଫସଲ ଉପରେ ଘୋଷଣା ହେଲା ଏମଏସପି

ନୂଆଦିଲ୍ଲୀ: କୃଷି ବିଲ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଛଅଟି ରବି ଫସଲ ଉପରେ ନ୍ୟୁନତମ ସମର୍ଥନ ମୂଲ୍ୟ ବା ଏମଏସପି ଘୋଷଣା କରିଛନ୍ତି । ଏହି ମୂଲ୍ୟ ୨୦୨୧-୨୦୨୨ ପାଇଁ ଲାଗୁ ହେବ । କିନ୍ତୁ ଏଥର ଲାଗୁ ହୋଇଥିବା ଏମଏସପି, ଗତବର୍ଷଠାରୁ ଅପେକ୍ଷାକୃତ କମ୍ । ଗହମର ଏମଏସପିରେ ୨.୬ ପ୍ରତିଶତ ବୃଦ୍ଧିର ଘୋଷଣା କରାହୋଇଛି, ଯାହା ଗତ ୧୧ ବର୍ଷରେ ସବୁଠାରୁ କମ୍ । ଅନ୍ୟ ଫସଲଗୁଡ଼ିକ ମଧ୍ୟରେ ଯଅ, ଚଣା, ମସୁର, ସୋରିଷ ଓ କୁସୁମ ପାଇଁ ଏହି ଏମଏସପି ଜାରି ହୋଇଛି । କେନ୍ଦ୍ର ତରଫରୁ ଜାରି ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସିସିଇଏ ସମିତି ରବି ଫସଲର ଏମଏସପି ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ଏହି ବୃଦ୍ଧି ସ୍ୱାମୀନାଥନ୍ ଆୟୋଗର ସୁପାରିଶ ଅନୁରୂପ ବୋଲି କୁହାଯାଇଛି । ସୂଚନା ଅନୁସାରେ ରବି ଫସଲ ପାଇଁ ଗହମ ଏମଏସପି ୧,୯୭୫ ଟଙ୍କା ପ୍ରତି କ୍ୱିଣ୍ଟାଲ ପିଛା ଧାର୍ଯ୍ୟ କରାଯାଇଛି । ଯାହା ୨୦୧୯-୨୦ରେ ଧାର୍ଯ୍ୟ ଏମଏସପି ୧୯୨୫ ଟଙ୍କାରୁ ମାତ୍ର ୨.୬ ପ୍ରତିଶତ ଅଧିକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular