ଲାଦାଖ: ଲାଦାଖରେ ସୀମା ପରିସ୍ଥିତି ମଧ୍ୟରେ ଭାରତ ଓ ଚୀନ ସେନାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତ ପକ୍ଷରୁ ଏହି ବୈଠକରେ ଶକ୍ତ ପଦକ୍ଷେପ ନିଆଯାଇଥିଲା । ସୀମାର ସମସ୍ତ ବିବାଦୀୟ ସ୍ଥାନରୁ ପ୍ରଥମେ ଚୀନ ସେନା ହଟାଇବା ଉଚିତ୍ । କାରଣ ବିବାଦକୁ ଚୀନ୍ ହିଁ ପ୍ରୋତ୍ସାହନ ଦେଉଛି ବୋଲି ଭାରତ କହିଛି । ପ୍ରାୟ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ବୈଠକରେ କିଛି ମୁଖ୍ୟ ଘଟଣା ଉପରେ ଚର୍ଚ୍ଚା ହୋଇଥିଲା । ସେଗୁଡ଼ିକ ହେଉଛି: ଚୀନ ସମସ୍ତ ବିବାଦୀୟ ସ୍ଥାନରୁ ସେନା ହଟାଉ । ଏଲଏସିରୁ ଦୁଇ ପକ୍ଷର ସେନା ହଟାଇବା ପାଇଁ ରୋଡ୍ ମ୍ୟାପ ତିଆରି କରାଯାଉ । ଚୀନ ପ୍ରଥମେ ନିୟମ ଭାଙ୍ଗିଥିଲା, ତେଣୁ ପ୍ରଥମେ ସୈନ୍ୟ ହଟାଇବା ଚୀନ ଆରମ୍ଭ କରୁ ଓ ଭାରତ ତାକୁ ଅନୁକରଣ କରିବ । ପ୍ୟାଙ୍ଗୋଙ୍ଗ୍ ତ୍ସୋ ଇଲାକାରୁ ତୁରନ୍ତ ଚୀନର ସେନା ପଛକୁ ହଟୁ । ହଟ୍ ସ୍ପ୍ରିଙ୍ଗ୍ , ଦେପସାଙ୍ଗ ପ୍ରସଙ୍ଗ ମଧ୍ୟ ଏହି ଅବସରରେ ଭାରତ ଉଠାଇଥିଲା । ଆଜି ପୁଣି ଥରେ ଦୁଇ ପକ୍ଷର କମାଣ୍ଡର ସାମ୍ନାସାମ୍ନି ହେବାର ସମ୍ଭାବନା ଅଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0