ଭୁବନେଶ୍ୱର : ଅକ୍ଟୋବର ୧ ତାରିଖରୁ ମନ୍ଦିର ଖୋଲ, ନ ହେଲେ ୭ ତାରିଖରୁ ରାଜ୍ୟବ୍ୟାପୀ ସେବାୟତ କରିବେ ଆନ୍ଦୋଳନ । ୭ ତାରିଖ ଦିନ ରାଜ୍ୟର ସେବାୟତମାନଙ୍କର ୧୦୦ ଜଣ ପ୍ରତିନିଧି ମାଷ୍ଟର କ୍ୟାଣ୍ଟିନରେ ପହଞ୍ଚି ବିଧାନସଭା ପର୍ଯ୍ୟନ୍ତ ଶୋଭାଯାତ୍ରା କରିବେ। ଏଭଳି ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । ଆଜି ସଂଘ ପକ୍ଷରୁ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି କାମେଶ୍ବର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଏ ନେଇ ଦେବୋତ୍ତର କମିସନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ଅଭିଯୋଗ ମୁତାବକ, ପ୍ରାୟ ୬ ମାସ ହେବ ରାଜ୍ୟର ହଜାର ହଜାର ମନ୍ଦିର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଛି। ଏଣୁ ରାଜ୍ୟର ଲକ୍ଷାଧିକ ସେବାୟତ ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି । ଦୁଇ ଦୁଇ ଥର ସରକାରଙ୍କୁ ସଂଘ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଇତିମଧ୍ୟରେ ସରକାର ସୂର୍ଯ୍ୟମନ୍ଦିର ସହ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳ ଖୋଲିବାକୁ ସ୍ବୀକୃତି ଦେଇଛନ୍ତି । ୧୦୦ ଜଣଙ୍କୁ ନେଇ ସଭା ସମିତି କରିବା ଅନୁମତି ମିଳିଛି। ଏଣୁ କୋଭିଡ୍ କଟକଣା ପାଳନ ପୂର୍ବକ ମନ୍ଦିର ଖୋଲିବାକୁ ଅନୁମତି ଦେବାକୁ ସଂଘ ଦାବି କରିଛି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0