ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଖୁବ୍ ଶୀଘ୍ର ଏନସିବି ତାଙ୍କୁ ସମନ କରିବାର ସୂଚନା ମିଳିଛି । ଡ୍ରଗସ୍ ମାମଲାରେ ଏବେ ଦୀପିକାଙ୍କ ନାମ ଉଠିବା ପରେ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ହେଉଛି । ଦୀପିକାଙ୍କ ଡ୍ରଗ୍ସ ଚାଟ୍ ମଧ୍ୟ ସାମ୍ନାକୁ ଆସିଛି । ଅନେକ ମଧ୍ୟ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । କଙ୍ଗନା ରାଣାୱତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଡ୍ରଗସ୍ ମାମଲା ସାମ୍ନାକୁ ଆସିବା ପରେ ଦୀପିକା ପାଦୁକୋନ୍ ଖୁବ୍ ଶୀଘ୍ର ନିଜ ପକ୍ଷ ରଖିବାର ସୂଚନା ମିଳିଛି । କରିସ୍ମାଙ୍କୁ ଆଜି ଏନସିବି ପଚରାଉଚରା ପାଇଁ ଡକେଇଛି । ସୂଚନାଯୋଗ୍ୟ କି କରିସ୍ମା ଜୟା ଶାହାଙ୍କ କ୍ୱାନ୍ କମ୍ପାନୀର ମ୍ୟାନେଜର ଅଛନ୍ତି । ଆଜି ଏକାଠି ସେମାନଙ୍କୁ ଜେରା କରାଯିବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0