spot_img

ନଭେମ୍ବର ପହିଲାରୁ ହେବ ୟୁଜି ଓ ପିଜି କ୍ଲାସ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ୟୁଜି ଏବଂ ପିଜି ପ୍ରଥମ ବର୍ଷ କ୍ଲାସ୍ । ସ୍ୱତନ୍ତ୍ର କମିଟି ପ୍ରଦତ ଏକାଡେମିକ କ୍ୟାଲେଣ୍ଡର ୟୁଜିସି ଗ୍ରହଣ କରିଛି । ୟୁଜିସି ଗ୍ରହଣ କରିଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର ୩୧ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସରିବ । ନଭେମ୍ବର ୧ରୁ କ୍ଲାସ ସହ ମାର୍ଚ୍ଚ ୮ରୁ ୧୬ ତାରିଖ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ଯାଏ ସେମିଷ୍ଟର ବ୍ରେକ୍ ଓ ୫ରୁ ସେମିଷ୍ଟର କ୍ଲାସ୍ ଆରମ୍ଭ କରାଯିବ । ଅଗଷ୍ଟ ୧ରୁ ୮ ଯାଏ ପରୀକ୍ଷା ପ୍ରସ୍ତୁତି ଓ ଅଗଷ୍ଟ ୯ରୁ ୨୧ ବାର୍ଷିକ ପରୀକ୍ଷା ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular