ଭୁବନେଶ୍ବର: ନକ୍ସଲ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା ବାଦ୍ ପଡ଼ିଥିବା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା ନେଇ ବି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ, ରାଜ୍ୟ ସରକାର ପାଞ୍ଚଟି ଜିଲ୍ଲା ଯଥା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼କୁ ଏସଆରଇ ଯୋଜନାରୁ ବାଦ୍ ଦେବାକୁ ଅନୁମୋଦନ କରିଛନ୍ତି। ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ପଦକ୍ଷେପ ନିଆଯାଇଥିବା ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି। ପୂର୍ବରୁ ୨୦୧୮ ମସିହା ଏପ୍ରିଲ୍ ମାସରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମକୁ ମାଓବାଦୀ କାର୍ୟ୍ୟକଳାପରୁ ମୁକ୍ତ ଘୋଷିତ କରାଯାଇଥିଲା ଏବଂ ସେହି ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ବାଦ୍ ଦିଆଯାଇଥିଲା। ଏହାଫଳରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ଜିଲ୍ଲା ନକ୍ସଲ ପ୍ରଭାବମୁକ୍ତ ହୋଇପାରିଛି ।
ଉଲ୍ଲେଖଯୋଗ୍ୟ, ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ (ଏସଆରଇ) ଯୋଜନା, ମାଓବାଦୀ ପ୍ରଭାବିତ ଜିଲ୍ଲାମାନଙ୍କ ପାଇଁ ଦକ୍ଷତା ବିକାଶ ପାଇଁ ଏକ ଯୋଜନା ଜ୍ଝ ୨୦୧୨ରେ ରାଜ୍ୟର ୧୯ଟି ଜିଲ୍ଲା ଏସଆରଇ ଜିଲ୍ଲା ଭାବରେ ଘୋଷିତ ହେଲାଜ୍ଝ ଦୃଢ ସୁରକ୍ଷା ବ୍ୟବସ୍ଥା ତଥା ବିକାଶମୂଳକ କାର୍ୟ୍ୟକଳାପ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଏକ ପରିବର୍ତ୍ତନ ଆଣିଛି ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି ଜ୍ଝ



Visitors Today : 3
Total Visitors : 130169
Total Views : 9891615
Visitors Online Now : 0