spot_img

ବିଧାନସଭାକୁ ଦିନକ ପାଇଁ ସଟଡାଉନ୍ ଘୋଷଣା, ସୂଚନା ଦେଲେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର

ବିଧାନସଭା ସଟଡାଉନ । ଦିନକ ପାଇଁ ବିଧାନସଭାକୁ ସଟଡାଉନ ଘୋଷଣା କରାଯାଇଛି । ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ସେଥିପାଇଁ ଆଜି ବିଧାନସଭା ଗେଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ଏହି ସମୟରେ ବିଧାନସଭାକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଆସନ୍ତା ସୋମବାର ପରେ ପରବର୍ତି ନିଷ୍ପତି ନିଆଯିବ । ପୂର୍ବରୁ ୨ ବିଧାୟକ ଷ୍ଟାଣ୍ଡିଂ କମିଟି ମିଟିଂରେ ଯୋଗ ଦେବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ, ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡରୁ ୬୨, କଟକରୁ ୫୫, ଖୋର୍ଦ୍ଧାରୁ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୧୧ ହଜାର ୯୫୬ରେ ପହଁଚିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular