ମୁମ୍ବାଇ: ସରକାର ଏବଂ ବିପକ୍ଷକୁ ନେଇ ସଂସଦରେ ରାଜନୈତିକ ମୋଡ଼ ବଢିବାରେ ଲାଗିଛି । ଇତି ମଧ୍ୟରେ ଏନସିପି ମୁଖ୍ୟ ଶରତ ପାୱାରଙ୍କୁ ଆୟକର ବିଭାଗ ନୋଟିସ ପଠାଇଛି । ପୂର୍ବ ବର୍ଷର ନିର୍ବାଚନକୁ କେନ୍ଦ୍ରକରି ଏହି ନୋଟିସ ପାୱାରଙ୍କୁ ପଠାଯାଇଥିବାର ସୂଚନା ମଳିଛି । ପାୱାରଙ୍କ ସହିତ ମହାରାଷ୍ଟ୍ର ମଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଏବଂ ଏନସିପି ନେତା ସୁପ୍ରିୟା ସୁଲେଙ୍କୁ ମଧ୍ୟ ଆୟକର ବିଭାଗ ଏହି ନୋଟିସ ପଠାଇଥିଲେ ।
ସୂଚନା ଅନୁସାରେ, ଆୟକର ବିଭାଗ ଏହି ନୋଟିସ ପଠାଇ ପୂର୍ବ ବର୍ଷର ନିର୍ବାଚନରେ ଦାଖଲ ହୋଇଥିବା ଆଫିଡେଭିଟର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ । ପାୱାରଙ୍କୁ କିଛି ଲୋକ ଅଧିକ ପସନ୍ଦ କରନ୍ତି । ତେଣୁ ଏଭଳି ନୋଟିସ ଆସିଛି ବୋଲି ପାୱାର ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ କିଛି ଦିନରୁ ବିଜେପି ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବାକ ଯୁଦ୍ଧ ଚାଲିଥିବାବେଳେ ଆୟକର ବିଭାଗର ଏଭଳି ଏକ ନୋଟିସ ମହାରାଷ୍ଟ୍ର ସରକାରଙ୍କୁ ଦ୍ୱନ୍ଦରେ ପକାଇ ଦେଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0