spot_img

ସେପ୍ଟେମ୍ବର ୨୮ରୁ ବିହାରରେ ଖୋଲିବ ସ୍କୁଲ

ପାଟନା: ମହାମାରୀ କରୋନା କବଳରେ ସାରା ବିଶ୍ୱ । ଏଥିରୁ ବାଦ ପଡ଼ିନି ଆମ ଦେଶ । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ଆସନ୍ତା ସେପ୍ଟେମ୍ବର ୨୮ରୁ ବିହାରରେ ସ୍କୁଲ ଖୋଲିବ ବୋଲି ନିଷ୍ପତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସପ୍ତାହରେ ମାତ୍ର ୨ ଦିନ ସ୍କୁଲକୁ ପିଲା ଆସିବେ । ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ କେବଳ ସ୍କୁଲକୁ ଆସିବେ । ତାହା ସହିତ ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ଆସିବେ । ସମସ୍ତ କୋଭିଡ଼ ଗାଇଡ଼ ଲାଇନ ପାଳନ କରି ସ୍କୁଲରେ ଶିକ୍ଷାଦାନ କରାଯିବ । ଏହି ନିୟମ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ସ୍କୁଲମାନଙ୍କ ପାଇଁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular