ନୂଆଦିଲ୍ଲୀ: ଏବେ ଗହମ, ଧାନ, ଆଳୁ, ପିଆଜ, ଖାଇବା ତେଲ ଭଳି ଜିନିଷ ଆଉ ଅତ୍ୟାବଶକୀୟ ସାମଗ୍ରୀ ତାଲିକାରେ ରହିବ ନାହିଁ । ୧୫ ସେପ୍ଟେମ୍ବରରେ ଆବଶକୀୟ ବସ୍ତୁ ସଂଶୋଧନ ଆଇନ ଲୋକସଭାରେ ପାରିତ ହୋଇଥିଲା । ଆଜି ଏହା ରାଜ୍ୟସଭାରେ ପାରିତ ହୋଇଛି । ଫଳରେ ଦୀର୍ଘ ୬୫ ବର୍ଷ ପରେ ଏହି ବିଲ୍ ସଂଶୋଧିତ ହୋଇଛି । ଏହି ବିଲ ପାରିତ ହେବା ପରେ ଅତ୍ୟାବଶକୀୟ ସାମଗ୍ରୀ ତାଲିକାରୁ ଖାଦ୍ୟ ସାମଗ୍ରୀକୁ ହଟାଇ ଦିଆଯାଇଛି । ବର୍ତ୍ତମାନ ଏହି ସାମଗ୍ରୀମାନଙ୍କର ଦର ନିୟନ୍ତ୍ରଣ କ୍ଷମତା ସରକାରଙ୍କ ପାଖରେ ରହିବ ନାହିଁ । କୃଷକ ଏସବୁ ସାମଗ୍ରୀର କ୍ରୟ ବିକ୍ରୟ ଦର ନିଜେ ନିର୍ଦ୍ଧାରଣ କରିବ । ସରକାର କେବଳ ଆବଶ୍ୟକ ପଡିଲେ ଏହା ଉପରେ ସମୀକ୍ଷା କରିବେ ଓ ନିୟମକୁ କଡା କରିପାରିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0