ଭୁବନେଶ୍ୱର: କୋଭିଡ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଯୋଗ ଓ ପ୍ରାଣାୟାମ କରିବା ଭଲ । ସୁଷମ ଖାଦ୍ୟ ସହିତ ଅଧିକ ପାଣି ପିଇବା ମଧ୍ୟ ଆବଶ୍ୟକ । ମଝିରେ ମଝିରେ ହାଲକା କାମ କରିବା ଉଚିତ । ଯୋଗ ଓ ପ୍ରାଣାୟାମ ଦ୍ୱାରା ରୋଗୀ କରୋନାକୁ ଭୁଲି ପାରିବ । ହୋମ ଆଇସୋଲେସନ ସମୟରେ ନିଦ୍ରାହୀନତା ଓ ଛାନିଆ ଲକ୍ଷଣ ଦେଖାଯାଉଛି । ଘରେ ରହୁଥିବା ଲୋକ, ବୟସ୍କ, କିଶୋରମାନଙ୍କ ମାନସିକ ସ୍ଥିତି ବୁଗୁଡୁଛି । ତେଣୁ ଏହି ସମୟରେ ଲୋକଙ୍କର ମାନସିକ ସ୍ଥିତି ପରିବର୍ତ୍ତନ କରିବା ଆବଶ୍ୟକ । ସେଥିପାଇଁ ସେମାନେ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହିତ ଯୋଗ ପ୍ରାଣାୟାମ କରିବା ଆବଶ୍ୟକ । ରାଜ୍ୟ ସରକାରଙ୍କ କୋଭିଡ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବିଶେଷଜ୍ଞ ଡା. ଶ୍ରୀରାମଚନ୍ଦ୍ର ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0