spot_img

ଭାରତ-ଚୀନ ବିବାଦ: ବର୍ଡରରେ ମୁତୟନ ହେବେନି ଦୁଇ ଦେଶର ଅଧିକ ସୈନ୍ୟ

ନୂଆଦିଲ୍ଲୀ: ଗତ ପାଞ୍ଚ ମାସ ଧରି ଭାରତରେ ଅନୁପ୍ରବେଶ ଚେଷ୍ଟା କରିଆସୁଥିବା ଚୀନ ଶେଷରେ ଭାରତ କଥା ମାନିଛି । ଅନେକ ଆଲୋଚନା ପରେ ଉଭୟ ଦେଶ ନିଜର ସେନା ବର୍ଡରରେ ଅଧିକ ସୈନ୍ୟ ଡକାଇବେ ନାହିଁ ବୋଲି ଜଣାପଡ଼ିଛି । ଲାଦାଖ ସୀମାର ଭିନ୍ନ ଭିନ୍ନ ସ୍ଥାନରେ ଚୀନ ତା’ର ଅନୁପ୍ରବେଶ ଜାରି ରଖିଥିଲା । କିନ୍ତୁ ପ୍ରତିଥର ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା । ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଭାରତ ସତର୍କ ରହିବ ବୋଲି ଜଣାପଡ଼ିଛି । ଅଧିକ ସେନା ନଡକାଇବାକୁ କଥା ହୋଇଥିଲେ ମଧ୍ୟ ପୂର୍ବରୁ ବର୍ଡରରେ ମୁତୟନ ଥିବା ହଜାରରୁ ଉର୍ଦ୍ଧ୍ୱ ଚୀନ ସୈନ୍ୟ କେତେବେଳେ ଫେରିବେ ସେନେଇ କିଛି ଜଣାପଡ଼ିନାହିଁ । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସେନା ପ୍ରଥମରୁ ସଙ୍କେତ ଦେଇଛନ୍ତି କି ଯେକୌଣସି ପରିସ୍ଥିତି ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି ଓ ସେମାନେ ସୀମାରୁ ପଛକୁ ହଟିବେ ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular